STORYMIRROR

Jyotirmoyee Mohanty

Classics

3  

Jyotirmoyee Mohanty

Classics

ଫଗୁଣର ଲୁହ

ଫଗୁଣର ଲୁହ

1 min
130


ନିଜକୁ ବଦଳାଇବା ଏତେ ସହଜ ନଥିଲା

ହେଲେ ତୁମପାଇଁ ସାଜିଲି ଋତୁଟିଏ

ତୁମେ ଯେମିତି ଚାହିଁଲ ସେମିତି ମୁଁ ବର୍ଷଗଲି

ତୁମେ କେତେ ଖେଳିଲ ମୋ ସାଥେ

ଶୀତେଇଲି, ବସନ୍ତ, ଫଗୁଣ ବି ହେଲି

ତୁମେ ଢେର ଉପଭୋଗ କଲ।


ତଥାପି ଵି ତୁମେ ମୋତେ ପରଖିଲ ?


ଆକାଶ ପରି ବିକ୍ଷିପ୍ତ ହେଲି

ଧରିତ୍ରୀ ପରି ସବୁ ସହିଲି 

ସମୟ ପରି ଆଗକୁ ଧାଇଁଲି 

ସମୁଦ୍ର ପରି ଗଭୀର ହେଲି,


ଥରୁଟେ ବି ଚାହିଁଲନି ବିଶ୍ୱାସରେ!


କେଡ଼େ ସହଜରେ ତୁମେ 

ଭାଙ୍ଗି ଦେଇଗଲ ମୋ ବିଶ୍ଵାସ

ନା ଦେଇ ପାରିଲ ମୋ ବଦଳିବାର ମୂଲ

ନା ରଖି ପାରିଲ ମୋ ମହତ

ନା ତୋଲି ପାରିଲ ମୋ ସ୍ନେହ

ନା ପୋଛି ପାରିଲ ମୋ ଲୁହ

ଭଙ୍ଗା କୁଣ୍ଢେଇଟିଏକୁ ପୁଣି ଥରେ ଭାଙ୍ଗି ଦେଲ ।


ବର୍ତ୍ତମାନ କଲାକୁ ମାଗିବି !

ମୋ ସ୍ବାଭିମାନ, ମୋ ମହତ

ସରି ଯାଇଥିବା ସମୟ

ଝରି ଯାଇଥିବା ଆୟୁଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics