STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ସକାଳର ଜଣାଣ

ସକାଳର ଜଣାଣ

1 min
212

ଦୁଃଖରେ କାତର   ନହୁଅରେ ମନ 

    ସୁଖରେ ନହୁଅ ଭୋଳ

ରାଗ କ୍ରୋଧ ଗର୍ବ  ଅଭିମାନ ମୋହ

    ନୁହେଁ ଆଧ୍ୟାତ୍ମିକ ବଳ।


ଭାଗ୍ୟବାନ ସିଏ  କର୍ତ୍ତବ୍ୟ କର୍ମରେ

   ସଦା ନିୟୋଜିତ ଥାଏ

ଆତତାୟୀ ଜନ ଦେଖିଲେ ତା ହୃଦେ

    ଭୟହୀନ ସ୍ଥିର ପ୍ରାଏ।


ଭଲ ମନ୍ଦ ଅବା ନିନ୍ଦା ପ୍ରଶଂସା ଯେ

   ଛଳନା ଚିତ୍ତେ ନଥାଏ

କୌଣସି ପଦାର୍ଥେ ଆସକ୍ତ ନୋହିଲେ

   ଶାନ୍ତିରେ ତା ଦିନ ଯାଏ।


କାୟା ପୁତ୍ର ଧନ    କଳତ୍ର ଆବର

   ଏଥିରେ ନାହିଁ ଯା ଲୋଭ

ସେ ଜନ ଅଟନ୍ତି    ସ୍ଥିତପ୍ରଜ୍ଞ ଜାଣ

    ପରହିତେ ନିତ୍ଯ ଭାବ।


ଏହିପରି ମନ   ଇନ୍ଦ୍ରିୟ ସଞ୍ଜମ

   ଅଭ୍ୟାସେ କରିଲେ ବଶ

ପ୍ରଭୁ ଜଗନ୍ନାଥ   ହୋଇବେ ପ୍ରକାଶ

     କଳୁଷ କରିବେ ନାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics