STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ମୋ ଗାଆଁ ମୋ ସଂସ୍କୃତି

ମୋ ଗାଆଁ ମୋ ସଂସ୍କୃତି

1 min
204


ଏଇ ମୋର ଗାଆଁ ଜନମ ଯେଉଁଠି

ତାର ତରୁ ଲତା ବେଙ୍ଗଳାର ଖଟି।


ପାଣି ଓ ପବନ ଆଲୋକ ଅନ୍ଧାର

ଭୂଲାଇଛି ମୋତେ ଗଢ଼ିଛି ଶରୀର।


ଅସ୍ଥି ମଜ୍ଜା ମୋର ଶୁଣିଛି ତା ଡାକ

ସାତ ପୁରୁଷର ମାଟି ଏହା ଭେକ।


ଆମ୍ବବୃକ୍ଷ ତାର ନବ ପଲ୍ଲବିତ

ଝାଉଁ ବଣ କେଡେ ଶୋଭାରେ ମଣ୍ଡିତ।


ବଉଳ ଯୁଇର ପାଖେ ଗାଆଁରଶ୍ମଶାନ

ଏପଥରେ କୋକେଇରେ ଯାଇଛନ୍ତିବହୁ ଜନ।


ଜନମ ବେଳର ସାଥି ମରଣରେ ସେଇ

ଏନ୍ତୁଡିଠୁ ଜୁଇ ଯାଏ ଗାଆଁ ମୋର ଏଇ।


ସଂସ୍କୃତିରେ ଭରପୁର ସଂସ୍କୃତି ସମ୍ପନ୍ନ

ବାର ମାସେ ତେର ଯାତ ଭଳି ଯାଏ ମନ।


ସମ୍ମାନ ଦିଏ ସଦା ଯେଉଁଠି ବା ରହେ

ଏଇ ମୋରଭିଟା ମାଟି ସବୁଠି ମୁଁ କହେ। 


ସଂସ୍କୃତି ଦେଇଛି ଆଉ ସଂସ୍କାର ଦେଇଛି

ଭଲ ମଣିଷରେସିଏ ମୋତେ ଗଢ଼ାଇଛ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics