ତୁମେ ନ ରଖିଲେ
ତୁମେ ନ ରଖିଲେ
ଭଙ୍ଗା କାଚ ଗୁଣ୍ଡେ
ମନ ମୋ କ୍ଷତାକ୍ତ
ଝରୁଛି ରକ୍ତ ସୁଅ
ବନ୍ଦ ହେବାର ନାଁ ନେଉନାହିଁ
ଦେଉଛି ଛାତିଏ କୋହ।
କେମିତି ସହିବି
ଅସହ୍ୟ ପୀଡାକୁ
ଫାଟି ଯାଏ ଛାତି ମୋର
କିପରି ଚାଲିବି ଏ ତୁମ ସଂସାରେ
ଶୁଖୁନି ରକତ ଧାର।
କଅଁଳ କପଟ କଥାରେ
ଭଳି ଯାଇଛି ଏ ମନ
ଖସିଗଲା ପାଦ ତଳକୁ ତଳକୁ
କେମିତି ବଞ୍ଚିବି
ସାଥୀ କରି ଏତେ ଯନ୍ତ୍ରଣାକୁ ।
ହୋସ୍ ଉଡି ଯାଉଛି ମୋର
ପ୍ରଭୁ ବାରେ ଦୟା କର
କୂଳରେ ଲଗାଅ ନାଵ
ତୁମେ ନ ରଖିଲେ
କିଏ ମୋର ସାହା ହେବ
ମୋ ମନରେ ଶକ୍ତି ଦେବ ।