STORYMIRROR

Jagannath Barik

Classics

3.9  

Jagannath Barik

Classics

ପୟ ପୟୋଧିପତି ସ୍ତୁତି

ପୟ ପୟୋଧିପତି ସ୍ତୁତି

1 min
393



ପୟ ପୟୋନିଧି ଭଵନ ପୟୋଧର ସୁନ୍ଦର

ପୟରୁ ପ୍ଲାବିତ ପାବିନୀ ପୟସ୍ବିନୀ ନିର୍ଝର |


ପ୍ରଶାନ୍ତ ପ୍ରସନ୍ନ ପୀୟୂଷାନନ ପଦ୍ମପୟର

ପଦ୍ମନାଭ ପୀତ ଅମ୍ବର ପ୍ରଭୁ ପରମେଶ୍ୱର |


ପରନ୍ତପ ପରଂବ୍ରହ୍ମନ ପ୍ରିୟ ପରାତପର

ପରମେଶ ପଦ ପଙ୍କଜ ସ୍ମରେ ମୁଁ ନିରନ୍ତର |


ପଦ୍ମା ପଦ୍ମାଳୟା ପଦ୍ମିନୀ ପ୍ରକ୍ଷାଳିତ ପୟର

ପନ୍ନଗାରି ବୀଶ ପ୍ଲବେଶ ହନୁ ଯା ପରିଚର |


ପଦ୍ମ ଅରି ଦର ମୁଦ୍ଗର ପ୍ରିୟ ଆୟୁଧବର

ପରବ ପୂର୍ଣ୍ଣେନ୍ଦୁ ପ୍ରଫୁଲ୍ଲ ପାରିଜାତ ଅଧର |


ପବନ ପାବକ ପୟୋଧିପତି ଅହିମକର

ପ୍ରଣିପାତ୍ୟ ପୁରନ୍ଦରାଦି ଦିଗପାଳ ଅମର |


ପଦେ ପଦେ ପଦ ବନ୍ଦନ୍ତି ପଦ୍ମଯୋନି ସ୍ତବର

ପଞ୍ଚାନନ

ପଞ୍ଚ ଆନନେ ସ୍ତୁତି ଗାନେ ତତ୍ପର |


ପଦ୍ମାସନେ ମୁନି ଋଷିଏ ଧ୍ୟାନରତ ଯୋଗର

ପ୍ରପନ୍ନ ଚଉଦ ଭୁବନ ସର୍ବ ଚର ଅଚର |


ପ୍ରବଦନ୍ତି ଉପନିଷଦ ବେଦ ଗୁଣ ଯାହାର

ପ୍ରକୀର୍ତ୍ତିତ ଶାସ୍ତ୍ର ପୁରାଣେ ଯାର ମହତ୍ୱ ସାର |


ପ୍ରକୃତି ପୁରୁଷ ରୂପରେ କରୁଅଛ ବିହାର

ପରମେଷ୍ଠୀ ପରମେଶ ହେ ଖିଳ ବିଶ୍ୱ ଆଧାର |


ପ୍ରତି ଅଣୁ ପରମାଣୁରେ ବ୍ୟାପ୍ତ ସୃଷ୍ଟି ଚକ୍ରର

ପ୍ରକଟିତ କରି ପ୍ରକୃତି ପ୍ରଳୟାନ୍ତେ ସଂହାର |


ପରମାନନ୍ଦ ହେ ମାଧବ ପ୍ରଜାପତି ଶଙ୍କର

ପ୍ରଣତ ପ୍ରଣମ୍ୟ ସଚ୍ଚିଦାନନ୍ଦ ହୃଦୟେଶ୍ୱର |


ପ ପ୍ର ଆଦ୍ୟରେ ପ୍ରାନ୍ତରେ ଥାଇ ର ଅକ୍ଷର

ପଦରେ ପାଦରେ ସାଦରେ ଜଗା ପୂଜେ ଅକ୍ଷର |



Rate this content
Log in

Similar oriya poem from Classics