Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Classics Inspirational Others

4.0  

Henarani Senapati

Classics Inspirational Others

ଦୁର୍ଲ୍ଲଭ ଦର୍ଶନ

ଦୁର୍ଲ୍ଲଭ ଦର୍ଶନ

1 min
271


ଜଗତର ନାଥ ଆହେ ଜଗନ୍ନାଥ

ଦୁର୍ଲ୍ଲଭ ଦର୍ଶନ ତୋର ।

କୋଟି ଜନମର ତପସ୍ୟା ର ଫଳେ

ଆସିଅଛି ଶ୍ରୀ ମନ୍ଦିର ।

ନୟନ ପୂରୀତ ଅପୂର୍ବ ଦର୍ଶନ

ଦର୍ଶନେ ବ୍ରହ୍ମ ସନ୍ତୋଷ ।

ଦିବ୍ୟ କାନ୍ତି ଶୋଭା ଶ୍ରୀ ମୁଖ ମଣ୍ଡଳ

ଦେଖି ମୋ ମନ ତୋ ଦାସ ।

ଚକା ଚକା ଆଖି ପାଇଛୁ କାଳିଆ

କଳା ମେଘମାଳା ଦେହ ।

ନାଲି ଓଠେ ତୋର ବିଡିଆ ପାନଯେ

ପାନ ପାନେ କି ତୋ ମୋହ ।

ତୋହର ମହିମା ଶୁଣିଥିଲି କାନେ

ଦେଖି ନଥିଲି ନୟନେ ।

ଦର୍ଶନ ମାତ୍ର କେ ଦିବ୍ୟଚକ୍ଷୁ ମୋର

ପାପ ଦୁର କଲା ମନେ ।

ବ୍ରହ୍ମ ମୋର ଆଜି ତୋ ବ୍ରହ୍ମ ଦେଖିଲା

ପରଂବ୍ରହ୍ମ ଋପ ତୋର ।

ଅପବିତ୍ର ମନ ପବିତ୍ର ହୋଇଛି

କି ଗୁଣ ତୋ ପାଦୁକର ।

ଅବଢା ଖାଇଲି ଆତ୍ମା ଶାନ୍ତି ହେଲା

ଖାଇଲି ଖଜା ତୋହର ।

ସାଙ୍ଗ ରେ ନଉଚି କୈବଲ୍ୟ ମୁଠାଏ

ସେସ ଖାଦ୍ୟ ହବ ମୋର ।

ଏତିକି ମାଗୁଣି ବଡ ଠାକୁର ହେ

ମୋ ସୃଷ୍ଟି ର ରକ୍ଷା କର ।

ସଂସାର ମୋହର ତତେ ସମର୍ପିଲି

ମୋ ଶରୀର ଭଷ୍ମ କର।

ଆଉ ଲୋଭ ନାହିଁ ଏ ମାୟା ସଂସାରେ

ତୋ ସ୍ବର୍ଗ ଦ୍ଵାରେ ସ୍ଥାନ ଦେ ।

ଆତ୍ମା କୁ ମୋର ମଳୟ ପବନେ

ତୋ ଶ୍ରୀ ପଦେ ଲିନ ଦେ ।



Rate this content
Log in

Similar oriya poem from Classics