Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଗୁରୁଦେବାୟ ନମଃ

ଗୁରୁଦେବାୟ ନମଃ

1 min
120



ଉଷା ଆଗମନେ ଅରୁଣ ବଦନେ 

ତମସା ହୁଅଇ ଦୂର।

ଶ୍ରୀଗୁରୁ ବଦନେ ଅମୃତ ବଚନେ

ବିକଶେ ଜ୍ଞାନ ପୁଷ୍କର।।


ଗୁରୁପାଦପଦ୍ମ କରୁଛି ବନ୍ଦନ

ଶ୍ରଦ୍ଧା, ଭକ୍ତି ପ୍ରଦାୟକ।

ଅଜ୍ଞାନ ତିମିର ବିଧ୍ବଂସିବ ପ୍ରଭୁ

ସୁଖ,ଶାନ୍ତି ବିଧାୟକ।।


ସତ୍ୟ-ଶିବ-ସୁନ୍ଦର ମଙ୍ଗଳମୟ ହେ

କରୁଣା ବିଭୁତି ଦାୟୀ ।

ତନୁ ମନ ମୋର ପୁଲକିତ ଆଜି

ଚରଣ ଅମୃତ ପାଇ ।।


ହୃଦୟ କନ୍ଦର କଳୁଷିତ ମୋର

ପାପ ପଙ୍କେ ନିମଜ୍ଜିତ।

ମୋ କାୟା ଉଦ୍ଧରେ ତୁମ୍ଭେ କର୍ଣ୍ଣଧାର

ବିଶ୍ଵ କଲ୍ୟାଣେ ବିଦିତ ।।


ଗୁରୁପଦରଜ ମୁଢ଼ ମନ ଭଜ

ସଂସାରୁ ତରିବା ପାଇଁ ।

ସଦଗୁରୁସଦା କରିବେ ସୁଦୟା

ପଦାର ବିନ୍ଦକୁଧ୍ୟାୟୀ ।।




Rate this content
Log in

Similar oriya poem from Abstract