STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ତ୍ରିରଙ୍ଗା ପତାକା

ତ୍ରିରଙ୍ଗା ପତାକା

1 min
10


ପିଙ୍ଗାଲି ଭେଙ୍କୟା ସହସ୍ର ନମନ,

ଗଢିଥିଲେ ତ୍ରିରଙ୍ଗା କୁ,

ଅଦ୍ଭୂତ ସୃଷ୍ଟିର ରହସ୍ୟ ଅଛିତ,

ଲୁକ୍କାୟିତ ଭାବନାକୁ।।

ବୁଝିବା ମାନବ ଜ୍ଞାନର କୌଶଳ,

ଗଭୀରତା ଗୁଣମାନ,

ତ୍ରିରଙ୍ଗା ପତାକା ସହିତ ଅଶୋକ,

 ଚକ୍ରର ମହତ୍ତ୍ଵ ଦାନ।।

ତ୍ରିରଙ୍ଗା ପତାକା ନାରଙ୍ଗୀ ମହତ୍ତ୍ଵ,

ଉତ୍କର୍ଷତା ଆଧ୍ୟାତ୍ମିକ,

ଶ୍ଵେତ ରଙ୍ଗର ମହତ୍ତ୍ଵ ତ୍ୟାଗ ଶାନ୍ତି,

ସତ୍ୟ ଶୁଦ୍ଧତା ପ୍ରତୀକ।।

ସବୁଜ ମହତ୍ତ୍ଵ ତ୍ୟାଗ ସାହାସତା,

ବୃଦ୍ଧି ଭୂମିର ପବିତ୍ରତା,

ନୀଳ ଅଶୋକ ଚକ୍ର ଘୂରି କହୁଛି,

ପ୍ରେମ ଭାତୃତ୍ବ,ବନ୍ଧୁତା।।

ଚକ୍ରର ଚବିଶ ଅରଟିସମ୍ମାନ,

ହୁଏ ସଦା ରାତି ଦିନ,

ପ୍ରତ୍ୟେକ କ୍ଷେତ୍ରରପଞ୍ଚ ଜ୍ଞାନେନ୍ଦ୍ରିୟ,

ଅବିସ୍ମରଣୀୟ ଦାନ।।

ମହାନତା ବଳିଦାନ ତପସ୍ୟାରେ,

କରିଦେଲେ ସ୍ବାଧୀନତା,

ପ୍ରମାଣ ମିଳିଛି ସବୁଠୁ ସୁନ୍ଦର

କିମ୍ବଦନ୍ତୀ ମହାନତା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract