Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଫର ଫର ହୋଇ ତ୍ରିରଙ୍ଗା ଉଡ଼େ

ଫର ଫର ହୋଇ ତ୍ରିରଙ୍ଗା ଉଡ଼େ

1 min
6



ପ୍ରତି ଦିବସରେ କର୍ମ କରିବାକୁ

ଯିଏ ଡାକେ ପ୍ରଭାତରେ

ସେହି ଅଟେ ମୋର ଭାରତର ମାଆ

ମଥାନତ ସଦା କରେ ।


ଭାଦ୍ରବ ଆକାଶେ ତ୍ରିରଙ୍ଗା ଉଡୁଛି

ଫର ଫର ଧ୍ଵନି ଦେଇ

ସ୍ୱାଧୀନତା ମନ୍ତ୍ର ଦୀପ୍ତିମନ୍ତ କରେ

ଦେଶ ପ୍ରେମ ଗୀତ ଗାଇ ।


ସ୍ମୃତିରାଶି ସବୁ ସାଇତି ରଖିଛି

ଭବିଷ୍ୟତ ଦିନ ପାଇଁ

ଅଗଷ୍ଟ ପନ୍ଦର ଆହ୍ବାନ କରୁଛି

ଏକତ୍ଵ ଭାବନା ନେଇ ।


ସିନ୍ଦୁରି ଅଭାରେ ନଭ ମଣ୍ଡଳରେ

ତ୍ରିରଙ୍ଗା ଜାଜ୍ଵଲ୍ୟ ଦିଶେ

ଦେହ ମନ ପ୍ରାଣ ଏକାକାର ହୋଇ

ତାହା ଆଦର୍ଶରେ ମିଶେ ।


କେତେ ଶହୀଦଙ୍କ ତ୍ୟାଗ ତୀତିକ୍ଷାରେ

ଏ ଦେଶ ସ୍ୱାଧୀନ ହେଲା

ସ୍ମୃତିର ଉହାଡେ ଆଜି ବଞ୍ଚିଅଛି

ତାଙ୍କରି ଅଦମ୍ୟ ଲୀଳା ।


ଛଅସ୍ତରି ଯାଇ ସତସ୍ତରି ହେଲା

ସ୍ବାଧିନ ଭାରତ ବର୍ଷ

ଇଂରେଜ ଶାସନ ମୁକ୍ତ ଦେଇଅଛି

ଶାନ୍ତିରେ ମାରୁ ନିଃଶ୍ୱାସ ।


ଫର ଫର ହୋଇ ତ୍ରିରଙ୍ଗା ଉଡୁଛି

ଶାନ୍ତି ମୈତ୍ରୀ ଭାବ ନେଇ

ଲୁହ ଲହୁ କେତେ ସାଇତି ରଖିଛି

ପ୍ରେମ ସଂଜୀବନୀ ଦେଇ ।


ଏ ପବିତ୍ର ଦିନେ ଶପଥ ନେବାରେ

ଦେଶ ମାତୃକାର ପାଇଁ

ରଖିବା ସମ୍ମାନ ଏ ମାଟି ମାଆର

ସ୍ୱାଧୀନତା ମୂଲ୍ୟ ଦେଇ ।





Rate this content
Log in

Similar oriya poem from Abstract