Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

କନ୍ୟା ଟିଏ ପରା ଘରକୁ ଲକ୍ଷ୍ମୀ

କନ୍ୟା ଟିଏ ପରା ଘରକୁ ଲକ୍ଷ୍ମୀ

1 min
4


କନ୍ୟାଟିଏ ଆମ ଘରପାଇଁ ଲକ୍ଷ୍ମୀ

ଦୁଇ କୁଳ ହିତ କରେ,

ସ୍ନେହ ବୋଳା ତାର ମଧୁର କଥା ରେ 

ସଭିଙ୍କ ଦୁଃଖକୁ ହରେ l

ତାହାରି ପାଇଁତ ଘରଟି ଆମର

ଲାଗଇ ସରଗ ପୁରୀ,

ଲକ୍ଷ୍ମୀ ସରସ୍ବତୀ ଗାୟତ୍ରୀ ସାବିତ୍ରୀ

ରୂପ ସଭିଙ୍କର ଧରି l

ଯତନରେ ତାକୁ ବଢାଇବା ଯଦି

ହେବ ଗୁଣ ବିକଶିତ,

ସୁଗୁଣେ ତାହାରି ସାରା ଜଗତଟି 

ହୋଇଯିବ ମହକିତ l

ଶିକ୍ଷା ହେଉ ଅବା ହେଉ ଖେଳ କୁଦ

ନୃତ୍ୟ ଗୀତ ଯେତେ କାମ,

ସବୁଥିରେ ଦିନେ ଭାଗ ନେଇସିଏ

ହୋଇଯିବ ପାରଙ୍ଗମ l

ଜାୟା ଜନନୀ ଓ ଭଗିନୀ ରୂପରେ

ଦିନେ ହୁଏ ଅବତୀର୍ଣ୍ଣ,

ସ୍ନେହ ପ୍ରେମ ଦେଇ ସଂସାର ଗଢ଼ଇ

ସବୁ ରୂପେ ମହୀୟାନ l

ଆଜି ଏହିବିଶ୍ୱ କନ୍ୟା ଦିବସରେ

ଆସରେ ଶପଥ ନେବା,

କନ୍ୟା ଶିଶୁ ଙ୍କୁ ଯତନ କରିଣ 

ଆମ୍ଭେ ସର୍ବେ ବଢାଇବା ll



Rate this content
Log in

Similar oriya poem from Abstract