Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Sahoo

Classics Inspirational Others

3.4  

Binodini Sahoo

Classics Inspirational Others

ଗୁରୁଦିବସ

ଗୁରୁଦିବସ

1 min
185


ଗୁରୁ ପିତାମାତା ଗୁରୁ ଜ୍ଞାନଦାତା

      ଗୁରୁ ହିଁ ତ ଭଗବାନ  

ଏ ଶୁଭବେଳରେ ତାଙ୍କ ପାଦତଳେ

     କରୁଛି ଶତ ପ୍ରଣାମ ।


 ଅଜ୍ଞାନ ଅନ୍ଧାରେ ପଥ ପ୍ରଦର୍ଶକ

    ଜୀଵନର ଚଲାପଥେ

ଗୁରୁ ବିନା ନାହିଁ ଜୀବନେ ଆଲୋକ

    ଜ୍ଞାନ ଗୁରୁ ଉତ୍ସ ସତେ ।


ଜଟିଳ ସଂସାର ପାର ହେବା ପାଇଁ

     ବତାନ୍ତି ପ୍ରେରଣା ପଥ

ପ୍ରେମ ଭକ୍ତି ଦେଇ ପୂଜନ କରିବା

     ଗୁରୁଙ୍କ ଚରଣ ନିତ୍ୟ ।


ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର

     ଶିକ୍ଷାର ଅମୃତ ଧାର

  ଜ୍ଞାନର ଭଣ୍ଡାର ବିଶାଳ ହୃଦୟ

    ଅଜ୍ଞାନ ଦେଶ ଭାସ୍କର ।


ଗୁରୁଙ୍କ ଆଦେଶ ତାଙ୍କ ଉପଦେଶ

    ହେଉ ମୋ ଜୀଵନ ବ୍ରତ

ସତ୍ୟ, ଶାନ୍ତି ପଥେ ମାନବ କଲ୍ୟାଣେ

     ହେବି ମୁହିଁ କର୍ମରତ ।

                   


Rate this content
Log in

Similar oriya poem from Classics