ଚନ୍ଦନ ଯାତ୍ରା
ଚନ୍ଦନ ଯାତ୍ରା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା
ଉତ୍କଳ ସଂସ୍କୃତି ଅନନ୍ୟ ଗାଥା |
ପ୍ରଭୁ ମଦନ ମୋହନ
ନରେନ୍ଦ୍ର ଚାପ ଗମନ |
ନିଦାଘ କାଳରେ ନରେନ୍ଦ୍ର ଜଳରେ
ଜଳକ୍ରୀଡା କରନ୍ତି ଏ ଧରାଧାମରେ |
ସୂରୁଜଦେବଙ୍କ କରାଳ ରୂପ
ସହି ନପାରନ୍ତି କଳା ସାଆନ୍ତ |
ଦେହେ ଚନ୍ଦନ ଲଗାଇ ଭୁଦେବୀ,
ଶ୍ରୀଦେବୀ ସାଙ୍ଗରେନେଇ ନରେନ୍ଦ୍ର ଜଳେ
ଏକୋଇଶି ଦିନ ଚାପ କରନ୍ତି କଳାଗୋସାଇଁ
କଳାକଳେବର ନଟନଗର
ଜଳକ୍ରୀଡା ତାଙ୍କ କି ମନୋହର |
ଚନ୍ଦନ ବସେ ଆଜି ଧରା ମହକିତ
ଅପୂର୍ଵ ଏ ଲୀଳା ଦେଖି ଆତ୍ମା ପୁଲକିତ|
ଘଣ୍ଟ ହୁଳହୁଳି ଶବଦେ ପୁରିଛି ଗଗନ
ପ୍ରଭୁ, ଭକ୍ତଙ୍କର ଏ ମହାମିଳନ |
କାଳିଆ ଯାତରା ଦେଖିବା ପାଇଁ
ସରଗୁ ଦେବତା ଆସନ୍ତି ଓହ୍ଲାଇ |