ନଦୀ
ନଦୀ
ଗିରିରାଜ କନ୍ୟା ଆଗୋ ଲୋ ତଟନୀ
କେହି ନୁହେଁ ତୋର ସରି
ସଭିଏଁ ତୋହର ନିଜର ସନ୍ତାନ
ତୁହି ସର୍ବଦୁଃଖହାରି |
କୁଳୁକୁଳୁ ନାଦ କରି ବହିଯାଉ ତୁହି
କେତେ ଗାଁ, ବନ, ଗିରି
ତୋହରି ସ୍ପର୍ଶରେ ଜୀବଜଗତ
ତୃପ୍ତିରେ ଯାଏ ଭରି |
ଶସ୍ୟଶ୍ୟାମଳା ତୋହରି କୋଳ
ତୋହରି ତଟ ଅଟେ
ଆହା କି ସୁନ୍ଦର ସବୁଜ ଘାସେ
ନଦୀ ପଠା ଟି ହସେ |
ସକାଳ ସୂରୁଜ ପହିଲି କିରଣେ
ସୁନେଲି ସୁନେଲି ଦିଶେ
ଦର୍ଶକ ମନେ ସୁଷମା ଭରି
ଅଭୁଲା ସ୍ମୃତି ଆଙ୍କେ |
ଚିରସ୍ରୋତାସ୍ୱନୀ ବହି ଯାଉ ତୁହି
ନ ଭାବି ଆପଣା ପର
ତୋହରି କୋଳ ରେ ପ୍ରଥମ ସଭ୍ୟତା
ସମୃଦ୍ଧ ହୁଏ ନଗର |
ଆଜିର ଏହି ମାନବ ଶିଶୁ
ଦାନଵ ଗୁଣ ଧରି
ନିଜ ହସ୍ତରେ ଜୀବନ ନିଏ
ନଦୀ ପ୍ରଦୂଷଣ କରି |
