Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Sahoo

Abstract Classics Inspirational

4.5  

Binodini Sahoo

Abstract Classics Inspirational

କବିତା

କବିତା

1 min
343


କବିତା କବିର ଅନ୍ତରଙ୍ଗ କଥା

          ହୃଦୟର ଅଭୂଲା ବ୍ୟଥା |

ସ୍ୱପ୍ନ ଲାଗେ ସବୁ ସତ ପରି

      କବିତାର ତୁଳୀରେ ଦେଲେ ରଙ୍ଗ ଭରି |

ଉତ୍ତପ୍ତ ମରୁରେ ଜୀବନ ସଞ୍ଚାରେ

       ପରାଣ ଦେଖେ ସେ ଶିଳାର ଭିତରେ |

ନିଷ୍ପାପ ଶିଶୁର ଓଠର ହସ

         ପ୍ରଥମ ଯୌବନେ ପ୍ରେମର ସ୍ୱରୂପ|

  ପଲ୍ଲୀର ସେ ସୁନ୍ଦର ସକାଳ

          ସହରର ଗୋଧୂଳିର ବେଳ l

ମା'ର ଓଠରେ ନାନାବାୟ ଗୀତ

       ଗାଈଆଳ ବଂଶୀ ରେ ମଧୁର ସଂଗୀତ|

ଦୃଷ୍ଟିହୀନର ସେ ହସ୍ତର ଲଉଡ଼ି

          ଜୀବନ ଜଞ୍ଜାଳେ ଏକ ସୁଖ ପେଡି|

କେବେ ହସ ହୋଇ ଓଠ କୁ ଛୁଏଁ 

         କେବେ ଲୁହ ହୋଇ ଆଖିକୁ ଭୀଜାଏ |

                    


Rate this content
Log in

Similar oriya poem from Abstract