ରାକ୍ଷୀ
ରାକ୍ଷୀ
ସେହ୍ନ ମମତାର ଅତୁଟ ବନ୍ଧନ
ରାକ୍ଷୀ ପୁନେଇଁର ରାକ୍ଷୀ
ବାନ୍ଧୁଛି ମୁଁ ଆଜି ଅତି ସରାଗରେ
ଏଇ ରାକ୍ଷୀ ଆମ ସାକ୍ଷୀ ।
ରାକ୍ଷୀ ନୁହେଁ ଖାଲି ସୁତା ଖିଅଟିଏ
ଛିଡ଼େଇଲେ ଛିଡ଼ିଯିବ
ରାକ୍ଷୀ ଅଟେ ଏକ ପବିତ୍ର ବନ୍ଧନ
ମଲା ଯାଏ ରହିଥିବ ।
ଆଶାର ପ୍ରତୀକ ପ୍ରେମର ସନ୍ତକ
ସୁତା ଖଣ୍ଡେ ଭଉଣୀର
ଭାଇର ଭଗିନୀ ସତେ ସଞ୍ଜିବନୀ
ବାନ୍ଧେ ଯେବେ ପ୍ରେମ ଡୋର ।
ଜୀବନ ପଥରେ ଝୁଣ୍ଟିପଡେ ଯଦି
ମନେ ଉଠିଯାଏ କୋହ
ଏଇ ହାତ ଧରି ପୋଛିଦେବୁ ତୁହି
ନେତ୍ରୁ ପ୍ରବାହିତ ଲୁହ ।
ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଥାନ୍ତି
ଜ
ାଗା ବଳିଆ ଙ୍କ ହାତେ
ଆଜି ଶ୍ରୀମନ୍ଦିରେ ଚର୍ତୁଦ୍ଧା ମୂରତି
ଚମକିବେ ନନା ମତେ ।
ଭଉଣୀ ଭରସା କରି ଭାଇ ହାତେ
ବାନ୍ଧିଦିଏ ରକ୍ଷା ସୂତ୍ର
ବିପଦେ ଆପଦେ ଭାଇ ଠିଆ ହେବ
ବଢ଼ାଇବ ସିଏ ହାତ ।
ସୁନା ରୁପା ସବୁ ଅଲୋଡ଼ା ଅଟଇ
ଏଇ ରାକ୍ଷୀ ପୁର୍ଣିମାରେ
ଭଉଣୀ ବାନ୍ଧଇ ଭାଇ ହାତେ ରାକ୍ଷୀ
ସମ୍ପର୍କ ନିବିଡ ଡୋରେ ।
ଏହି ସଂସାରରେ ଭାଇ ଭଉଣୀ
ସମ୍ପର୍କ ସବୁଠୁଁ ଭିନ୍ନ
ତାଙ୍କ ମଧେ ଥିବା ସେହ୍ନ ଆଉ ଶ୍ରଦ୍ଧା
କେବେ ହୁଏ ନାହିଁ କ୍ଷୁର୍ଣ୍ଣ ।