STORYMIRROR

SACHALA GURU

Abstract Inspirational Others

3  

SACHALA GURU

Abstract Inspirational Others

ଆଜିର ନାରୀ

ଆଜିର ନାରୀ

1 min
406


  • ବର୍ତ୍ତମାନ ଯୁଗେ ନାରୀର ଆବେଗେ 
  • ଭିନ୍ନ ଭିନ୍ନ ରୂପ ଧରି
  • କେବେ କେଉଁ ରୂପ କେବେ ସେ ବିରୂପ
  • ଭାଷାରେ କହି ନ ପାରି ||
  • ବିଶ୍ୱର ବିକାଶ ବିଶ୍ୱର ବିନାଶ
  • ମୂଳରେ ରହିଛି ନାରୀ
  • ସୃଷ୍ଟି ମୂଳଦୁଆ ନାରୀଠାରେ ଥୁଆ
  • କଳେବରେ ଅଛି ପୁରି ||
  • ନାରୀ ପବିତ୍ରତା ନାରୀର ଶୁଦ୍ଧତା
  • ଦେଶ ପାଇଁ ପ୍ରୟୋଜନ
  • ଯେଉଁ ଦେଶେ ନାରୀ ସତୀତ୍ୱରେ ପୁରି
  • ସଦାଚାରେ ପରିପୂର୍ଣ ||
  • ନାରୀର ବ୍ୟକ୍ତିତ୍ୱ ଉଚ୍ଚକୋଟୀରତ
  • ନିର୍ମଳ ହୃଦୟ ତାର
  • ପତିର କଥାକୁ ମଥାରେ ମୁଣ୍ଡାଇ
  • ଚାଲଇ ସେ ନିରନ୍ତର ||
  • ଶାଶୁ ଶଶୁରଙ୍କ ପଡା ପଡୋଶୀଙ୍କ
  • ମନକୁ ଯେ ନିଏ କିଣି
  • ସେହି ନାରୀ ହୁଏ ପରିବାର ପାଇଁ
  • ବଧୂମଧ୍ୟେ ସୁନା ମଣି ||
  • ଆଦର୍ଶ ଗୁଣକୁ ଚରିତ୍ରାୟିତରେ
  • ଉଜ୍ଜୀବିତ କରେ ସେହି
  • ନାରୀର ଗର୍ଭରୁ ହୋଇଥାଏ
  • ଦେବ ସନ୍ତାନ ସେ ତହିଁ ||
  • ଆଜିକାର ନାରୀ ପୁରୁଷଙ୍କ ପରି
  • କରଇ ସେ ପରିଶ୍ରମ
  • କୁଟୁମ୍ବ ପୋଷଣ ନାନାଦି କଷଣ
  • ପାଇ ନ ଥାଏ ବିଶ୍ରାମ ||
  • ଗୁଜୁରାଣ ତାର ବଢାଇବା ପାଇଁ
  • କରଇ କୁଟୀର ଶିଳ

    ୍ପ

  • ସିଲେଇ ମେସିନ ଛଅଟି ପକାଇ
  • କିଛି ମିଳିଯାଏ ସ୍ୱଳ୍ପ ||
  • ବାଡ଼ି ବଗିଚାରେ ପରିବା ପତର
  • ଚଳିବ ଭଳିଆ କରି
  • ସଜନା, କଦଳୀ, ଆମ୍ବ, ପିଜୁଳିକୁ
  • ଯତନ କରେ ତାହାରି ||
  • ଧାନ ରୁଆ ଠାରୁ ଧାନ କଟା ଯାଏ
  • କିଏ ହେବ ତାହା ସରି
  • ନିଜର ପୋଷଣ ନିଜେ କରିଥାଇ
  • ନିଜେ ବୁଝେ ସେହିପରି ||
  •  ଆଧୁନିକ ନାରୀ କୌଶଳରେ ପୁରି
  • ଆକାଶ ପାତାଳ ଜାଣେ 
  • ହିମାଳୟ ଚଢି ଆକାଶରେ ଉଡ଼ି
  • ଚନ୍ଦ୍ର ପୃଷ୍ଠକୁ ସେ ଗଣେ ||
  • ଉଚ୍ଚ ଆସନରେ ଥିଲେ ମଧ୍ୟ ନାରୀ
  • ସଭିଙ୍କୁ ସାନ୍ନମାନ ଦିଏ
  • ଗର୍ବ ଅହଙ୍କାର ପରିତ୍ୟାଗ କରି
  • ସବୁକଥା ସାହିଯାଏ ||
  • ନାରୀ ଯେବେ ଉଚ୍ଚ ବଂଶରେ ଜନମ
  • ବିବାହ ନିମ୍ନ ପୁରୁଷ
  • ନୀଚ ବଂଶଜର ପୁରୁଷ ବିବାହେ
  • ବଂଶ କରିଥାଏ ଧ୍ବଂସ ||
  • ପୂର୍ବ ପରମ୍ପରା ଭୁଲିଣ ଜାଇଣ
  • ପ୍ୟାଚାସ୍ଥ୍ୟ ମୁଖି ହୁଅଇ
  • ଜାତି ଉପଜାତି ଲୋପ ହୋଇ ଯାଏ 
  • ବିଶ୍ୱ ବିକାଶ ନୁହଁଇ ||
  • ନାରୀର ବିବାହ କୁଳ କୁଷ୍ଟିମାନ
  • କରଇ ଯେ ସୁଧ ଚିତ୍ତେ
  • ସଂସାରକୁ ଆସେ ଅମୃତ ସନ୍ତାନ



Rate this content
Log in

Similar oriya poem from Abstract