STORYMIRROR

puspanjali das

Abstract

3  

puspanjali das

Abstract

ତଟିନୀ

ତଟିନୀ

1 min
261


କିଏ କହେ ମତେ ,ଅଦିନ ଶ୍ରାବଣୀ,

କିଏ ଅବା ଭାବେ ଅଜଣା ରଜନୀ,

ହେଲେ,ନୁହେଁ ମୁଁ ଶ୍ରାବଣୀ,ଅବା ସେ ରଜନୀ,

ମୁଁ ଯେ ଏକ କ୍ଷୁଦ୍ର ସ୍ନିଗ୍ଧ ତଟିନୀ..!!


କୁଳୁକୁଳୁ ନାଦ କରି ବହିଯାଏ,

ମନ କା'ର ଛୁଇଁ ଯାଏ,ସେକଥା ଜାଣେନି!!

ଶୀତଳ ପରଶ ଦେଇ ବ୍ୟଥା ସବୁ ହରିନିଏ ,

କଣ୍ଟକିତ ବକ୍ଷମୋର ହୁଏ,କେହି ବି ଜାଣେନି!!


ବନ୍ଧୁର ମୋ ଚଲା ପଥ, ଭ୍ରୁକ୍ଷେପ କରେନି,

ଲୁହ ତକ ଧୋଇ ନିଏ ,ଚିହ୍ନ ବି ଟିକେ ରଖେନି,

ଆବେଗ ମୋ ଲୁଚିଯାଏ,କେହି ଜାଣି ତ ପାରେନି

ସ୍ୱପ୍ନ ସବୁ ହଜିଯାଏ,ହିସାବ ରଖେନି...


ସାଗର ବୁକୁରେ ମିଶିବାକୁ ଧାଇଁ ଯାଏ,

ନିଃଶେଷ ଯେ ଯିବି ହୋଇ,ସେକଥା ବୁଝେନି!

ମୁଁ ଯେ ଏକ କ୍ଷୁଦ୍ର ସ୍ନିଗ୍ଧ ତଟିନୀ,

ପଥ ଆଉ କେତେଦୂର ,ସେକଥା ଜାଣେନି!!

 ମୁଁ ଯେ ଏକ କ୍ଷଦ୍ର ସ୍ନିଗ୍ଧ ତଟିନୀ....

.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract