ନୂତନବର୍ଷ ଟା ଆସିଗଲା
ନୂତନବର୍ଷ ଟା ଆସିଗଲା
ଜୀବନ ର ପୁଣି ବର୍ଷ ଟିଏ କମିଗଲା
କିଛି ପାଇବାର ଖୁସି,ସ୍ମୃତି ହୋଇ ରହିଗଲା
ଆଉ କିଛି ହରାଇବାର ଦୁଃଖ ମଧ୍ୟ ଦେଇଗଲା!
ହଁ,କିଛି ସ୍ୱପ୍ନ,ଅଧା ହୋଇ ରହିଗଲା !
ଏଇ ପାଇବା,ହରାଇଵା,ଓ ଅଧାସ୍ବପ୍ନ ଭିତରେ,କେତେବେଳେ ଯେ ବର୍ଷ ଟି ଚାଲିଗଲା !
ଜୀବନ ର ଚଲାପଥ ରେ,ବର୍ଷ ଟି ଭିତରେ
କେତେ ଯେ ମୋ ଉପରେ ରାଗିଗଲେ
ଆଉ କିଛି ଖୁସି ହେଲା ଭଳି ଲାଗିଲେ,
କେତେଜଣ ଭୁଲ ବୁଝି,ଅବୁଝା ହୋଇ ରହିଗଲେ
କାହା ମନରେ ଅଜାଣତରେ
ଦୁଃଖ ଦେଇ,ରାଗ ର ଶିକାର ହେଲି
ଆଉ କାହାଠୁ ଦୁରେଇ ଯାଇ
ମନେ ମନେ ଅନେକ କଷ୍ଟ ପାଇ
ଝୁରିହେଲି !
ହେଲେ,ଅଜଣା ନ ରହିଲି
କିଏ, କୋଉଠି ମୋ ପାଇଁ ଝୁରି ହେଲା !
ସତେ କ'ଣ ସେତକ ପ୍ରାପ୍ୟ,ମୋ ପାଇଁ
ସେବର୍ଷ ର ଥିଲା ?
ପୁରୁଣା ବର୍ଷ ଟା ସତେ ଅବା,
କାନରେ ମୋ ଚୁପି ଚୁପି କହିଗଲା
ଏମିତି ଅନେକ ଛୋଟ ଛୋଟ ପ୍ରାପ୍ୟ ତୋର ରହିଗଲା
ଆଉ,ଆଶାୟୀ ନୂତନ ବର୍ଷ ଟା
ଚୁପ କରି କେତେବେଳେ ଯେ
ଆସିଗଲା !
