ସମୟ
ସମୟ
ସମୟ ସ୍ରୋତକୁ ଜଗି ଜଗି
ଶରୀର ଟା ଥକି ପଡିଛି...
କର୍ତ୍ତବ୍ୟର ଲମ୍ବା ତାଲିକାରୁ ,
କିନ୍ତୁ ଲାଗେ ରହିଗଲା କିଛି।
ଭୁଲ ଓ ଠିକର ମାପ କାଠିରେ
ବିବେକ ଓ ମନ ଲଢେଇ କରେ
ଉଦାସୀ ମନର ଅଳସ ଆଖିରୁ
ରହି ରହି ଯାହା ଅଶ୍ରୁ ଝରେ।
ଯନ୍ତ୍ରଣା ଅନେକ ଗୋପନରେ ରହେ,
ନୀରବତା ଶଙ୍ଖୋଳି ନିଏ
ହୃଦୟ ବୀଣା ର ତାର ଛିଣ୍ଡି ଯାଏ
କୋହ କିଛି ଲୁଚିଯାଏ।
ଜୀବନ ଟା ସାରା ସମୟ କୁ ଯାହା
'ଚଳାଇ'ଆସୁ ମୁଁ ଥିଲି...
ନିଜପାଇଁ କେବେ 'ସମୟ ସୃଷ୍ଟି' କୁ
ଚିନ୍ତା ମୁଁ କରି ନ ଥିଲି ।
ହେଲେ, ଆଜି ସେହି ସମୟ ଟା ସିନା
ବିଦୃପ କରଇ ମତେ..
'ପାଇବା' ଓ 'ହରାଇବା'ର ଦୋ ଛକି ରେ
ଛିଡା କରିଦିଏ ସତେ ।
