STORYMIRROR

puspanjali das

Tragedy

3  

puspanjali das

Tragedy

କଳଙ୍କ

କଳଙ୍କ

1 min
153


ନାରୀ କଳଙ୍କିତ ହୁଏ 'ଅବଳା' ନାମରେ,

ସଂସାର ରେ ପାଦ ଦେଉ ଦେଉ ସଭିଙ୍କ ଆଖିରେ

ସୃଷ୍ଟି କାରିଣୀ,ପ୍ରେମ ପ୍ରଦାୟିନୀ,

ଚିରା ଚରିତ ପ୍ରଥାରେ,

ଅବଳା କ'ଣ ସତରେ

ସମାଜକୁ ସତେ ଅବା ଭଲ ଲାଗେ,

ନାରୀ' ଟି କୁ କଳଙ୍କ ର ଟୀକା

ପିନ୍ଧାଇବାରେ

ବାଂଝ ,କୂଳଟା,ଅଲକ୍ଷଣୀ,

ଏମିତି ଅନେକ ବିଶେଷଣ ଲଗାଇବାରେ

ହେଲେ,ସ୍ୱାମୀ ଯଦି ଭୋଗ କରେ,

ବର୍ଷ ବର୍ଷ ଧରି ସ୍ତ୍ରୀ ଟି ର ଇଛା ବିରୁଦ୍ଧରେ

ହେଉ ପଛେ ଆତ୍ମା ତା'ର ଖୀନ୍ ଭିନ୍ ପ୍ରତି ମୁହୂର୍ତ୍ତରେ

ଏ ସମାଜ ,କଳଙ୍କ ର ଦାଗ ବୋଳେ ନାହିଁ,

ପୁରୁଷ ଟି ର ମୁହଁରେ

ନାରୀଟିର କ୍ଷତାକ୍ତ ଆତ୍ମା କିନ୍ତୁ

ନିଥର,ନିଶ୍ଚୁପ ହୁଏ କଳଙ୍କର ତାଡନାରେ

ସତେ କଣ ଦୁର୍ବଳା ହୋଇ ରହିଥିବ ଚିରଦିନ ନାରୀ,

ଅବଳାର ଚଉହଦି ଭିତରେ !

ଆଉ ଆତ୍ମା ତାର ଶୋଇ ଯାଉଥିବ

ଅବାଂଛିତ କଳଙ୍କର ଭାରେ ।         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy