STORYMIRROR

puspanjali das

Others

3  

puspanjali das

Others

ଫୁଲର ସମ୍ଭାର

ଫୁଲର ସମ୍ଭାର

1 min
195

ଫୁଲର ସମ୍ଭାର ନେଇ ପ୍ରକୃତି ରାଣୀ,

ସଜାଇ ଦେଇ ଚେନାଏ ହସାଏ ଧରଣୀ 

ଶ୍ବେତ ବସ୍ତ୍ର ପରିହିତା ମା' ସରସ୍ଵତୀ

ଶାନ୍ତି ବାର୍ତ୍ତା ସତେ ଅବା ମର୍ତ୍ତ୍ୟକୁ ପଠାନ୍ତି..!

କେବେ ସେ କୁସୁମ ବିଭୁ ପାଦେ ଲୋଟି ଯାଏ

କେବେ ପୁଣି ନାରୀଟିର ଗଭା ମଣ୍ଡିଥାଏ!

ଅଣଦେଖା ହୋଇ ପୁଣି କେବେ ଝଡିଯାଏ,

ତିଳେହେଲେ ଦୁଃଖ ମନେ ତା' ନଥାଏ!!

ଚଉଦିଗ ସୁରଭିରେ ବାସ ମହାକାଏ

ସନ୍ତାପିତ ପ୍ରାଣକୁ ଯେ ଶୀତଳତା ଦିଏ

ଏ ସୃଷ୍ଟିର ସ୍ରଷ୍ଟାଙ୍କୁ ଦୋହଲି ଦୋହଲି

ସତେ ଅବା ପ୍ରଣିପାତ ସଦା କରୁଥାଏ...!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍