STORYMIRROR

puspanjali das

Others

3  

puspanjali das

Others

ବୋଉର ପଣତକାନି

ବୋଉର ପଣତକାନି

1 min
144


 ବୋଉର ପଣତ କାନି...

  ଏବେ ବି ମନଟା ଝୁରେ

ଉଦାସୀ ଖିଆଲ ଯେବେ

  ମନକୁ ଆବୋରେ...


ଜୀବନ ଯନ୍ତ୍ରଣା ପୁଣି

  ହୃଦୟ ବିଦାରେ 

ଅସହାୟତାଟା ଯେବେ

  ଲୁହ ହୋଇ ଝରେ

ବୋଉର ପଣତକାନି

  ଭାରି ମନ ଝୁରେ...


ଜୀବନର ସାୟାହ୍ନରେ

  ପାଦ ସିନା ଥାପେ ଧୀରେ

ଇଚ୍ଛା ହୁଏ ପୁଣି ଟିକେ 

  ତା' ପଣତ ଛୁଇଁବାକୁ ଥରେ!

ବୋଉର ପଣତ କାନି 

  ଏବେ ବି ଏ ମନ ଝୁରେ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍