STORYMIRROR

puspanjali das

Abstract

4  

puspanjali das

Abstract

ସାହିତ୍ୟ ସାଧିକା

ସାହିତ୍ୟ ସାଧିକା

1 min
228

ନାଁ ମୁଁ କବୟତ୍ରୀ,

    ନାଁ ମୁଁ ଲେଖିକା

ଜୀବନର ଚଲାପଥେ,

   ସାଜିଛି ମୁଁ ,ଛୋଟ ଏକ 

ସାହିତ୍ୟ ସାଧିକା....


ସାହିତ୍ୟର ସେହି

    ମହାସମୁଦ୍ର ରୁ,

ଟୋପାଏ ଆଣି ମୁଁ

   ଶବ୍ଦ ଚାଙ୍ଗୁଡ଼ାରେ 

ସଜାଇ ରଖିକି,

  ଫୁଟାଇ ପାରିଛି ,

ଶବ୍ଦ ର କଳୀକା...

   ନାଁ ମୁଁ କବୟିତ୍ରୀ ନାଁ ମୁଁ ଲେଖିକା...


ସେ ସମୁଦ୍ର ବେଳା ଭୂମି ରୁ,

    ସାଉଁଟି ଆଣିଛି,ଅନେକ ଶାମୁକା,

ଆଉ ତା'ଅନ୍ତରୁ ,ଖୋଜି ମୁଁ ଚାଲିଛି

    ପାଇବି କି ସତେ କେତୋଟି ମୁକୁତା..

ଜୀବନ ସଂଗ୍ରାମେ,ଲଢ଼ି ମୁଁ ପାରିବି,

      ଚାଲି ଏକା ଏକା...

ନାଁ ମୁଁ କବୟତ୍ରୀ,

    ନାଁ ମୁଁ ଲେଖିକା....।।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract