STORYMIRROR

puspanjali das

Others

3  

puspanjali das

Others

ଆକାଶ ଡାକେ...

ଆକାଶ ଡାକେ...

1 min
256

ମୋ ଆକାଶ ଆଜି ,

     ଡାକୁଛି କି ସତେ..?

ଡେଣା ଅଛି ବୋଲି,

     ନଥିଲି ପରତେ..!!

ଭାଙ୍ଗି ମୁଁ ଶିକୁଳି,

     ଯିବି ବହୁ ଦୂର...

ନିଜ ଡେଣା ନିଜେ

     ଖୋଲିବି ଏଥର..!

ଛିଣ୍ଡି ଯିବ ପଛେ

     ପକ୍ଷ କିଛି ମୋର

ସାଉଁଟି ନେବିନି,

     ହେଲେ ବି ନିଜର!


 ଶୂନ୍ୟ..ଆକାଶକୁ 

     ରଙ୍ଗରେ ଭରିବି

ସୃଜନୀ ଦୁନିଆକୁ 

     ଆପଣେଇ ନେବି

ନଥିବ ତ ସେଠି 

     ପର ଆପଣାର

ଭିନ୍ନ ସିନା ସୃଷ୍ଟି

     ସଭିଏଁ ତ କଳାକାର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍