STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ମହୀୟସୀ ପ୍ରତିଭା

ମହୀୟସୀ ପ୍ରତିଭା

1 min
214

ହେ ପ୍ରତିଭା ତୁମ ଜନ୍ମ ଶୁଭକ୍ଷଣେ

କୀର୍ତ୍ତୀମୟୀ ତୁମେ ଉତ୍କଳ ଭୁବନେ।।


ଉତ୍କଳ ମାତାର ସୁଯୋଗ୍ୟା ସନ୍ତାନ

ସାରସ୍ୱତ ଜଗତରେ ମହୀୟାନ।।


ଯାଜ୍ଞସେନୀ ତୁମ ସାହିତ୍ୟ ସାଧନ

ଉଡାଇଲା ଭାଷା ଗୌରବ କେତନ ।।


ଜଗତସିଂହପୁରର ଓଲାଭ ଗ୍ରାମ

ତୁମ ପାଇଁ ପରିଚିତ ଏ ଭୁବନ।।


ଜ୍ଞାନପୀଠ ସହ ପଦ୍ମଶ୍ରୀ ସମ୍ମାନ

ପାଇଅଛ ଏହା ଗର୍ବର ନିଶାଣ।।


ଶତ ଅଷ୍ଟୋତର ଲଭନ୍ତୁ ଆୟୁଷ

ଆଶିଷ ଦିଅନ୍ତୁ ପ୍ରଭୁ ଜଗଦୀଶ।।


ଚରଣେ ପ୍ରଣତି କରେ ବାରବାର

ନାରୀ ନୁହେଁ ତୁମେ ଦେବୀ ଅବତାର ।।


   








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract