ଶିକ୍ଷକ
ଶିକ୍ଷକ


ସ୍ଵାଭିମାନ ଭରା ଶିକ୍ଷକ ଜାତିଟା
ନୁହନ୍ତି କେବେ ସେ ନିଃସ୍ଵ
ପୂରିଛି ଭଣ୍ଡାର ଜ୍ଞାନ ର ସମ୍ପଦେ
ସମ୍ମାନ ଦେଉଛି ବିଶ୍ଵ ।
ସୃଷ୍ଟି ଭିତରେ ସ୍ରଷ୍ଟା ସାଜି ସେ
ବଞ୍ଚିରହେ ସବୁଦିନ
ମାନଵତା ରୂପୀ ଗଙ୍ଗା ନଦୀ ଜଳ
କରି ଚାଲେ ସେ ସିଞ୍ଚନ ।
ନିଜକୁ ଜଳାଇ ଆଲୋକ ଦେଖାଏ
ଜାଳେ କୋଟି ଅଗ୍ନି ଶିଖା
ନିଃସ୍ୱାର୍ଥପରତା ଅଟଇ ତା ବ୍ରତ
ପର ପାଇଁ ବଞ୍ଚେ ଏକା
ସମର୍ପଣ ତ୍ୟାଗ କର୍ତ୍ତବ୍ୟାନୁରାଗ
ଉଦାରତା ଗୁଣେ ପୂୂର୍ଣ୍ଣ
ଛାତ୍ର ସମାଜର ତ
୍ରାଣକର୍ତ୍ତା ସାଜି
ହୋଇଛି ତାଙ୍କରି ଜନ୍ମ ।
ସତ୍ୟ ପଥକୁ ଆପଣେଇ ନେଇ
ଅସତ୍ୟେ କରନ୍ତି ଘୃଣା
ନିଃସ୍ପାପ ହୃଦୟେ କର୍ମ କରି ଚଲେ
କା ମନ କରେନା ଊଣା ।
ଦିଅଇ ସେ ସ୍ନେହ ମାତାପିତାଙ୍କ
କରନ୍ତି ପୁଣି ଆକଟ
ଅଜ୍ଞାନ ଅନ୍ଧାର ଦୂର କରି ଦେଇ
ଦେଖାଏ ଉତ୍ତମ ବାଟ ।
ଏ ମହୀ ମଣ୍ଡଳେ ଅଟଇ ଶିକ୍ଷକ
ସଭିଙ୍କ ଚିର ନମସ୍ୟ
ସିଏ ପରଂବ୍ରହ୍ମ ବ୍ରହ୍ମା ବିଷ୍ଣୁ ଶିବ
ରହିଛି ଗୂଢ ରହସ୍ୟ ।