ମୃତ୍ୟୁ
ମୃତ୍ୟୁ
ତୁମେ ରହିଛ ମୋ ଜନ୍ମଦିନ ଠାରୁ
କେବେ ଆସିବ ଫେରାଇ ନେବ ଏଠାରୁ
ଆଉ କିଛି ବାକି ନଥିଲେ ବି ଏ ଘରୁ
ଯିବାର ମୋହ ମାୟା ପରିଧିରୁ
ପରିଜନଙ୍କ ନିକଟରୁ
ତଥାପି ଚାହେଁ ଚାଲି ଯାଆନ୍ତି ଆଗରୁ
ଅନିତ୍ୟ ଏ ସଂସାରର ନିତ୍ୟ ଆକର୍ଷଣରୁ
କେବେ ଲାଗେ ପର୍ଯ୍ୟାପ୍ତ ସହନଶୀଳତା ଭିତରୁ
କାଣିଚାଏ କୃପା ବର୍ଷୁ ମୁଁ ଫେରିବା ଆଗରୁ
ପାପ ପୁଣ୍ୟ ଦୁଇ ପଲା ଭାରି ହେବାର ବହୁ ପୁର୍ବରୁ l
