ନଈ
ନଈ
କ୍ଷୁଦ୍ର ବାରିଧାରା ଏକତ୍ରିତ ହୋଇ
ସ୍ରୋତ ସ୍ଵିନୀ ରୂପ ହୋଇ
ଗିରିବନ ପ୍ରାନ୍ତ ଅତିକ୍ରମି ପରେ
ପୟୋଧି ଜଳେ ମିଶଇ।
ମାତୃରୂପା ପର ଉପକାରେ ରତା
ନମ୍ର ହୋଇ ଲୋକ ପାଳୁ
କେଦାରେ କେ ସିଞ୍ଚେ କେବା ଶିଳ୍ପାଗାରେ
ବିନିଯୋଗ ତୋର କରେ।
ତୋ କୋଳେ ନିବସି କେତେ ଜଳ ଜୀବ
ବଢାନ୍ତି ତୋ ଶୋଭା ରାଶି
କୂଳ ମଣ୍ଡାଇଣ ବେତସ କେତକୀ
ଜନ ମନକୁ ହରନ୍ତି।
ସ୍ନିଗ୍ଧ ସ୍ବଚ୍ଛ ଜଳେ ତୃପ୍ତ ଧରାବାସୀ
କୃତଜ୍ଞ ଯେ ଚାଷିକୂଳ
ନିଃସ୍ୱାର୍ଥପଣରେ କୁଳୁ କୁଳୁ ନାଦେ
ଗାଉ ଗୀତ ଜୀବନର।
ତୋ ତନୁ ମାଧୁରୀ ନୁହଁ ସ୍ବର୍ଗ ସରି
ରୁପ ଅନୁପମ ଛଟା
ତୋ ଶୀତଳ ନୀର ପରଶ ପାଇକି
ହସେ ବସୁମତୀ ମାତା।
କେତେ ପୁଣ୍ୟବଳେ ତଟିନୀ ଜନମ
ଲଭିଛ ଗୋ ଧରାପରେ
ଦେବତା ଅସୁର ସକଳ ମାନବେ
ପୂଜନ୍ତି ତୁମ ପୟରେ।
