STORYMIRROR

#all in one adii

Abstract

3  

#all in one adii

Abstract

ନଈ

ନଈ

1 min
198

କ୍ଷୁଦ୍ର ବାରିଧାରା ଏକତ୍ରିତ ହୋଇ

ସ୍ରୋତ ସ୍ଵିନୀ ରୂପ ହୋଇ

ଗିରିବନ ପ୍ରାନ୍ତ ଅତିକ୍ରମି ପରେ

ପୟୋଧି ଜଳେ ମିଶଇ।

ମାତୃରୂପା ପର ଉପକାରେ ରତା

ନମ୍ର ହୋଇ ଲୋକ ପାଳୁ

କେଦାରେ କେ ସିଞ୍ଚେ କେବା ଶିଳ୍ପାଗାରେ

ବିନିଯୋଗ  ତୋର କରେ।

ତୋ କୋଳେ ନିବସି କେତେ ଜଳ ଜୀବ

ବଢାନ୍ତି ତୋ ଶୋଭା ରାଶି

କୂଳ ମଣ୍ଡାଇଣ ବେତସ କେତକୀ

ଜନ ମନକୁ ହରନ୍ତି।

ସ୍ନିଗ୍ଧ ସ୍ବଚ୍ଛ ଜଳେ ତୃପ୍ତ ଧରାବାସୀ

କୃତଜ୍ଞ ଯେ ଚାଷିକୂଳ

ନିଃସ୍ୱାର୍ଥପଣରେ କୁଳୁ କୁଳୁ ନାଦେ

ଗାଉ ଗୀତ ଜୀବନର।

ତୋ ତନୁ ମାଧୁରୀ ନୁହଁ ସ୍ବର୍ଗ ସରି

ରୁପ ଅନୁପମ ଛଟା

ତୋ ଶୀତଳ ନୀର ପରଶ ପାଇକି

ହସେ ବସୁମତୀ ମାତା।

କେତେ ପୁଣ୍ୟବଳେ ତଟିନୀ ଜନମ

ଲଭିଛ ଗୋ ଧରାପରେ

ଦେବତା ଅସୁର ସକଳ ମାନବେ

ପୂଜନ୍ତି ତୁମ ପୟରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract