STORYMIRROR

Lijarani pradhan

Classics Inspirational

3  

Lijarani pradhan

Classics Inspirational

ନାରୀ

ନାରୀ

1 min
151

ସ୍ଵାଧୀନ ହୋଇଛି ଭାରତ ଆମର       

ହେଲେ ପରାଧୀନ ଆଜି ବୀ ନାରୀ  

କଢ଼ ଟିଏ ହୋଇ ଫୁଟିବା ଆଗରୁ।     

ଅକାରଣ ରେ ସେ ଯାଉଛି ଝରି।   

ଝିଅ ବୋଲି ତାକୁ ସମସ୍ତେ ଭାବନ୍ତି ବୋଝ          

ହେଲେ ଧରିତ୍ରୀ ମା ଆମର ଝିଅର ଦ୍ଵେଶ ।


ଜନମେ ସେ ଗୋଟିଏ ଗାଁ ରେ 

ହେଲେ ଦାହ ହୁଏ ସେ ଅନ୍ୟ ଜାଗାରେ ।

ତା ର ନିଜ ଜାଗା କୋଉଟା 

ଜାଣି ସେ ପାରେନା ମଲା ଯାଏଁ। 

ସ୍କୁଲ ଡୋରି ରୁ ଆରମ୍ଭ ହୋଇ 

ବିବାହ ବନ୍ଧନେ ବାନ୍ଧି ଯାଏ ହୋଇ।

ସମ୍ମାନ ଆଜି ବି ମିଳେ ନା 

ଗୋଟିଏ ପୁରୁଷ ସହ ଆଜି ବି

ସେ ସମ କକ୍ଷ ହୋଇ ପାରେନା। 

ଆଜି ବି ତାକୁ ଭାବନ୍ତି ପଛୁଆ

କିନ୍ତୁ ସବୁ ସଫଳତା ରେ ତା ହାତ ଆଗୁଆ ।


ତାର ଅସୀମ ସାହସ ଆଉ ବିରତ୍ଵ ରେ 

ଭାରତୀୟ ମନ ତାକୁ କରେ ଆଲୋଡିତ ରେ। 

ନାରୀ କେବଳ ନୁହେଁ ଅବଳା କି ଦୁର୍ବଳା

ସେ ଜୟା ଜନନୀ ଅଟେ ଭଗିନୀ।

ସନ୍ତାନ ପାଇଁ ତାର ବାତ୍ସଲ୍ୟ

ସ୍ବାମୀ ପ୍ରତି ପ୍ରେମ ଓ

ଗୁରୁଜନ ପ୍ରତି ତାର ଯେ ଭକ୍ତି

ସର୍ବ ଧରା ସେ ଧରଣୀ,

ଓ ସମୟ ପଡ଼ିଲେ ସେ ହୋଇ ଉଠେ ସର୍ବ ସଂହାରଣୀ।

ସେ ହୋଇପାରେ ପ୍ରିତିମେ ରାଧା

ଗୃହ ରେ ହୋଇ ଉଠେ ଜାନକୀ

କାଳୀ ବନି ଶିର୍ କାଟିପରେ

ଯେତେବେଳେ କଥା ଆସେ ସମ୍ମାନ କି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics