STORYMIRROR

Lijarani pradhan

Inspirational Children

3  

Lijarani pradhan

Inspirational Children

ମୋ ମାଆ

ମୋ ମାଆ

1 min
338

ମାଆ ଠାରୁ ମୋର ସ୍ନେହମୟୀ କିଏ

ଦୁନିଆ ରାଇଜେ ନାହିଁ 

ତାହାରି ଆଶିଷ ଦିଅଇ ଶକତି 

ବିପଦୁ ତରବା ପାଇଁ।


ମା'ର ମମତା କେ କଳି ପାରିବ

ତାହାର କଳନା ନାହିଁ,

ସାହା ହେଲେ ସିଏ,ସବୁ ଦୁଃଖ ମୋର 

ଆପେ ଯାଏ ଦୂର ହୋଇ।

ପିଲାଟି ଦିନରୁ ବଢାଇ ଆଣିଛି

ତାହାରି ଅମୃତ ଦେଇ 

ତାହାରି ଋଣକୁ ସୁଝି କେ ପାରିବ

ଜଗତରେ ଜନ୍ମି ନାହିଁ।


ତାହାରି କୋଳେ ଖେଳିଛି ମୁଁ ଦୋଳି

ତାହାରି ପଣତେ ପୋଛିଚି ମୁଁ ଧୂଳି

ଦେଖି ନାହିଁ କେବେ, ମାନ ଅଭିମାନ

ଶୁଣିନୀ ମୁଁ କେବେ ଗାଳି।

ତାହାରି ପଣତ ଅଟେ ମୋ ପାଇଁ

ବଡ଼ ଦେଉଳର ନେତ

ଚେଷ୍ଟା କରିବି, ମାଆକୁ ମୋର

ଦେବି ନାହିଁ କେବେ ଦୁଃଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational