STORYMIRROR

Lijarani pradhan

Inspirational Children

4  

Lijarani pradhan

Inspirational Children

2021 ନୂଆ ବର୍ଷର ଯାତ୍ରା

2021 ନୂଆ ବର୍ଷର ଯାତ୍ରା

1 min
537

ଆସେ ପୁଣି ଥରେ ବର୍ଷକ ପରେ  

ସେଇ ପୁରୁଣା ମାସ କିନ୍ତୁ ନୂଆ ବର୍ଷରେ ।

ଆଉ ଏକ ପାଦ ଆଗେଇ ଯିବା 

ସବୁ ରାଗ ଅଭିମାନକୁ ଭୁଲିଯିବା।


    ସବୁ ଦୁଃଖ ଭରା ଅତୀତକୁ ପୋଡି ଦେଇ 

     ଖୁସିର ନବକଳେବର କରିଦେଇ।

   ଢାଳି ଦିଅନ୍ତୁ ଇଶ୍ଵର ସମସ୍ତଙ୍କ ନିକଟେ ଆଣି 

   ଦୁନିଆରେ ଅଛି ଯେତେ ଖୁସି ପୁଣି ।



ସବୁ ରାଗ ପ୍ରତିଶୋଧକୁ ଭୁଲିଯିବା 

ସାହାଯ୍ୟର ହାତ ଅନ୍ୟ ନିମନ୍ତେ ବଢ଼େଇଦେବା।

ଯଦି କାହା ମନରେ ଅଜଣତେ ଦେଇଥିବା କଷ୍ଟ 

ତାକୁ ଭୁଲ୍ ମାଗି କରିବା ସମ୍ପର୍କ ଘନିଷ୍ଠ।


ଇଶ୍ଵରଙ୍କ ନିକଟେ ଏତିକି ବିନତି 

ସମସ୍ତଙ୍କ ଜୀବନ ରୁ ଦୁଃଖ ନିଅନ୍ତୁ ଦୁରେଇ।

ସମସ୍ତଙ୍କ ଜୀବନେ ଭରିଦିଅନ୍ତୁ ଖୁସିର ମେଲଣ

ସମସ୍ତେ ଚଢ଼ନ୍ତୁ ସଫଳତାର ଶୀର୍ଷେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational