STORYMIRROR

Lijarani pradhan

Romance Tragedy Inspirational

2  

Lijarani pradhan

Romance Tragedy Inspirational

ପ୍ରେମ ପୁଲକ

ପ୍ରେମ ପୁଲକ

2 mins
47

ପ୍ରେମର ଅର୍ଥ ନୁହେଁ ଯେ ଦୈହିକ ସଂପର୍କ, ପ୍ରେମର ଅର୍ଥ ଯତ୍ନ ଓ ଶାଶ୍ଵତ ଏବଂ ପ୍ରେମର ଅନ୍ୟ ନାମ ବିଶ୍ୱାସ । ରାଧା କୃଷ୍ଣଙ୍କ ପ୍ରେମ ହେଉ ବା ଏ ଯୁଗର ପ୍ରେମ ହେଉ ପ୍ରେମ ସବୁବେଳେ ଚିରନ୍ତନ ଓ ହୃଦୟର ଆଦାନ ପ୍ରଦାନ । କାହା ପାଇଁ ଏହା ଅଢେଇ ଦିନିଆ ତ କାହା ପାଇଁ ଜନ୍ମଜନ୍ମାନ୍ତର ।


    ପୂର୍ବ ଆକାଶରେ ସୂରୁଜ ସୁନେଲି ରଙ୍ଗର କିରଣ କୁ ଅଜାଡ଼ି ଦେବା ବେଳକୁ ସମଗ୍ର ସୃଷ୍ଟି ଚଳଚଞ୍ଚଳ ହୋଇ ଉଠିଛି ଏବଂ କୋକିଳର କୁହୁତାନରେ ସୃଷ୍ଟିର ସମସ୍ତ ଜୀବମାନେ କର୍ମ ତତ୍ପର ହୋଇପଡ଼ିଛନ୍ତି। 

   ପୂଜା ସକାଳୁ ଉଠି ନିତ୍ୟକର୍ମ ସାରି ରୋଷେଇ ପାଇଁ ବସି ଚାଉଳରୁ ଗୋଡ଼ି ବାଛୁଚି। ସେତିକି ବେଳକୁ ରାଧିକା ନାନୀର ପାଟି ଶୁଭିଲା ଆଲୋ ପୂଜା ...ପୂଜା... ଏ ପୂଜା ତତେ ଶୁଭୁନି ନା କଣ ବା ? ପୋଡ଼ାମୁହିଁ ଟାକୁ ଡ଼ାକି ଡ଼ାକି ମୋ ତଣ୍ଟି ଫାଟିଗଲାଣୀ ପଛେ ଏ ମହାରାଣୀ କୁ ଶୁଭୁନି।

   ହିଁ ମା' କହ ମୁଁ ଏଠି ବସି ଚାଉଳରୁ ଗୋଡ଼ି ବାଛୁଚି, କଣ କହୁନୁ ? ଓଃ ମହାରାଣୀ ତାହେଲେ ଏଠି ବସିଛନ୍ତି ମୁଁ ଏତେ ବଡ ପାଟିରେ ଚିଲଉଛି ତତେ କଣ ଶୁଭୁନି? ତୋ ମାଆ ମଲାପରେ ତ ତୋ ବାପା ମତେ ବହାହେଇକି ରାଣୀ କରି ନୁହେଁ ତ ଚାକରାଣୀ କରି ଆଣିଛନ୍ତି। ମୁଁ କେତେ ମନାକରିଛି କି ମୁଁ ଦୋଡବାହିରେ ବହାହେବିନି କିନ୍ତୁ ବିନା ଯୌତୁକ ଆଉ ଧନ ଦେଖି ମତେ ମୋ ବାପା ଆଣି ଏଠି ବାହା ଦେଇଦେଲା । ଛାଡ କଣ କରିବି ମୋର ଫଟା କପାଳରେ ତ ଏୟା ଲେଖା ଥିଲା କି ତୋ ପରି ବିକଳାଙ୍ଗକୁ ଜୀଵନ ସାରା ରଖି ସେବା କରିବୁ ତୁ ତ ଆମ ଉପରେ ବୋଝ ହେଇକି ପଡ଼ିରହିଲୁ। ହଉ ଜଲଦି ରୋଷେଇ କରେ ରାଜା ଖାଇ ପାଠ ପଢ଼ି ଯିବ ମୁଁ ଯାଉଛି ସେଇଆଡେ ଗୋରୁ ଖାଇଲେଣି ନା କଣ ଦେଖିବି ।


   ସତରେ କଣ ମୁଁ ମୋ ବାପ ମାଆଙ୍କ ପାଇଁ ବୋଝ ? ହେ କଳା ସାଆନ୍ତ ତେବେ କାହିଁକି ଏ ଧରାପୃଷ୍ଠ ମତେ ଜନ୍ମ କରି ପଠାଉଥିଲ ? ଜନ୍ମ ହେବା ପୂର୍ବରୁ ମତେ ମାରିଦେଲନି କାହିଁକି ? ମୋ ମାଆକୁ ତ ମୋଠୁ ଛଡେଇନେଲ କହି କୌଣସି କାରୁଣ୍ୟ ଦୁଃଖ ଭରା ଅତୀତରେ ହଜିଗଲା ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance