Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alka Mohanty

Classics

3  

Alka Mohanty

Classics

ଶେଷ ଶ୍ରାବଣ

ଶେଷ ଶ୍ରାବଣ

1 min
113



ରୌଦ୍ର ତାପ କ୍ଲିଷ୍ଟ ଧରଣୀ ବୁକୁରେ 

ଶୀତଳ ଧାରା ବୁହାଇ,

ବର୍ଷା ରାଣୀ ଯାଏ ଶେଷ ଶ୍ରାବଣ ରେ 

 ନାନା ଉପହାର ଦେଇ।


କୃଷକକୁ ମିଳେ ସବୁଜ କ୍ଷେତରେ

ଧରଣୀ ମାଆର ସ୍ପର୍ଶ,

କାଶତଣ୍ଡି ର ସେ ରୁପେଲି ଚାମର

ଠାବେ ଠାବେ ହୁଏ ଦୃଶ୍ୟ ।


ଶୁଷ୍କ ପୁଷ୍କରିଣୀ ଉତ୍ଫୁଲିତ ହୁଏ

ନଦୀ ଲଂଘେ ଦୁଇ କୁଳ,

ନାନା ଜାତି ଫଳ ପୁଷ୍ପ ବୃକ୍ଷ ଧରେ

ଜୀବଙ୍କ ଆନନ୍ଦ ମେଳ।


ଜଗଜ୍ଜନନୀଙ୍କ ଆବାହନି ବାର୍ତ୍ତା

ଦେଇ ଚାଲିଯାଏ ବର୍ଷା,

ତୃଷାର୍ତ୍ତର ମନ ଭରିଦେଇ ଯାଏ

 କେତେ ଆଶା ଓ ଭରଷା।


ଶ୍ରାବଣର ଝୁଲା, ଭାଦ୍ରବର ଖରା

ହିତକାରୀ ଏ ମହୀରେ,

ଏକ ଗଲେ ଆସେ ଆରେକ ଧରାରେ

ଏକ ନିର୍ଦ୍ଦିଷ୍ଟ କ୍ରମରେ।



Rate this content
Log in

Similar oriya poem from Classics