Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Inspirational

3  

Satyanarayan Sahoo

Abstract Classics Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

1 min
121



ଗୁରୁ ଙ୍କ ର ଗୁଣ ଗାରିମା ରାଶି ଯେ ଅକଳନ

ଗୁରୁ ଦକ୍ଷିଣା ର ମୂଲ୍ୟ କି ହୁଅଇ ଆକଳନ ।

ଶିଷ୍ୟ ଙ୍କ ତୋଷ ରେ ଗୁରୁ ଯେ ହୋଇ ଥାନ୍ତି ସନ୍ତୋଷ

ଗୁରୁ ଦକ୍ଷିଣା ଯେ ରଖଇ ଏଣୁ ମୂଲ୍ୟ ବିଶେଷ ।

ଗୁରୁ ଶିଖାଅନ୍ତି ଅଶେଷ ବିଦ୍ୟା , ଶିକ୍ଷା ସାଧନ

ଗୁରୁ ସୁସିକ୍ଷା ରେ ମଣିଷ ଅର୍ଜି ଥାଆନ୍ତି ଧନ ।

ଖୁସି ମନେ ଯିଏ ଯାହା ବି ଦେଇ ଥାଏ ଗୁରୁ ଙ୍କୁ

ପରମ ତୃପ୍ତି ରେ ଗ୍ରହଣ କରନ୍ତି ଗୁରୁ ତାକୁ ।

ଶିଷ୍ୟ ଧନେ ଧନୀ ନୁହଁନ୍ତି ଗୁରୁ ମାନେ କେବେ ହେଁ

ବିଦ୍ୟା ଧନେ ଗରୀୟlନ୍ ସେ ସତ ଶିକ୍ଷା ଯେ ଦିଏ ।

ଶିଷ୍ୟ ବିତ୍ତ ହାରୀ ବହୁତ ଗୁରୁ ଅଛନ୍ତି ସିନା

ସନ୍ତlପ ହାରକ ଗୁରୁ ଙ୍କୁ ଦ୍ୟନ୍ତି ଶିଷ୍ୟ ଦକ୍ଷିଣା ।

ଶିକ୍ଷା ଜ୍ଞାନ ତଥ୍ୟ ତତ୍ତ୍ୱ ର ଗୁରୁ ଦ୍ୟନ୍ତି ସନ୍ଧାନ

ଶିକ୍ଷା ର ଶେଷ ରେ ଗୁରୁ ଙ୍କୁ ଶିଷ୍ୟ ଯେବଣ ଧନ ।

ଦିଅନ୍ତି ତାହା କୁ କହନ୍ତି ଗୁରୁ ଦକ୍ଷିଣା ବୋଲି

ଯାହା ଦେଇ ଶିଷ୍ୟ ଥାଆନ୍ତି ଗୁରୁ ଆଶିଷ ଲଭି ।

ପ୍ରାଚୀନ ଯୁଗରେ ଭାରତେ ଗୁରୁ ଦକ୍ଷିଣା ଗାଥା

ସନ୍ଦିପନୀ ଶିଷ୍ୟ ଶ୍ରୀ କୃଷ୍ଣ ହରି ଥିଲେ ସେ ବ୍ୟଥା ।

ଯମ ପୁରୁ ମୃତ ପୁତ୍ର ଙ୍କୁ ଯାଇ ଫେରାଇ ଆଣି

ଦକ୍ଷିଣା ଭାବ ରେ ସମର୍ପି ଗୁରୁ ଙ୍କ ମନ ଜିଣି ।

ଉପମନ୍ୟୁ ଗୁରୁ ଆଦେଶେ ଭିକ୍ଷା ଆଚରି ଥିଲେ

ଏକ ଲବ୍ୟ ନିଜ ଅଙ୍ଗୁଳି କାଟି ଗୁରୁ ଙ୍କୁ ଦେଲେ ।

ଏପରି ଅଜସ୍ର ଦୃଷ୍ଟାନ୍ତ ଗୁରୁ ଦକ୍ଷିଣା ପାଇଁ

ଗୁରୁ ସେବା ଭକ୍ତି ପ୍ରକାଶେ ଶିଷ୍ୟ ଦକ୍ଷିଣା ଦେଇ ।


Rate this content
Log in

Similar oriya poem from Abstract