ଆସୁଛି ଦଶରା
ଆସୁଛି ଦଶରା


ବଜା ବଜା ଯୋଡ଼ି ନାଗରା ବଜା
ବଜା ବଜା ଢୋଲ ମହୁରୀ ବଜା
ଦିଗ ଚଉଦିଗ ହୋଇଛି ସଜା
ଆସିଛି ଦଶରା ଦୁର୍ଗା ପୂଜା ।
ଶୁଭ ଶରତରେ ହସେ ଧରଣୀ
ଉଛୁଳେ ଗଗନ ପବନ ପାଣି
ସବୁଜ ସୁନ୍ଦର ସାଗୁଆ ମାଟି
ଫୁଲ ପସରାରେ ରଙ୍ଗ ର ଝୋଟି ।
ମାଆଙ୍କ ପାଇଁକି ଶୋଭା ସୁନ୍ଦର
ନାଲି କଇଁ ଫୁଲ ନାଲି ମନ୍ଦାର
ପୀଠରୁ ମଣ୍ଡପେ ଉଡୁଛି ଧ୍ବଜା
ଆସିଛି ଦଶରା ଦୁର୍ଗା ପୂଜା ।
ପୂଜା ଉପାସନା ଉପାସ ବ୍ରତ
ମଧୁର ମୂର୍ଚ୍ଛନା ମଙ୍ଗଳ ଗୀତ
ଧୂପ ର ମହକ ଦୀପ ଆଳତି
କରୁଣାମୟୀଙ୍କୁ କୋଟି ପ୍ରଣତି ।
ପାପ ତାପ ସବୁ କରନ୍ତି ଦୂର
ସନ୍ତାନ ବତ୍ସଳା ଭାରି ନିଜର
ଦିଅ ମା ଆଶିଷ ହେ ଦଶଭୂଜା
ଆସିଛି ଦଶରା ଦୁର୍ଗା ପୂଜା ।