Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satapathy

Abstract Classics Inspirational

4.5  

Kalpana Satapathy

Abstract Classics Inspirational

ଏକୁଟିଆ ରାସ୍ତାରେ

ଏକୁଟିଆ ରାସ୍ତାରେ

1 min
220


ଏକୁଟିଆ ରାସ୍ତାରେ ତୁମେ ଆଶାର କିରଣ

ଶୁନଶାନ ଶୂନ୍ୟସ୍ଥାନ ମଧ୍ୟରେ ତୁମେ ବିଦ୍ୟମାନ

ତୁମେ ବ୍ରହ୍ମା ତୁମେ ବିଷ୍ଣୁ ତୁମେ ମହେଶ୍ୱର

ତୁମେ ତ ଅନ୍ଧର ନୟନ ଜ୍ୟୋତି ବିଦ୍ୟାର ଭଣ୍ଡାର

ପଥପଦର୍ଶକ ତୁମେ ଗୁରୁ ସାକ୍ଷାତ ଈଶ୍ଵର

ନବ କଳିକା ଗଠନରେ ବିଚକ୍ଷଣ ପ୍ରତିଭା ତୁମର

ଘନଘଟା ଅନ୍ଧାର ଭିତରେ ତୁମର ତ ଚମକ

ଏକୁଟିଆ ରାସ୍ତାରେ ତୁମେ ଅଦେଖା ପଥିକ

ଜୀବନର ସବୁକ୍ଷଣେ ଗୁରୁ ତୁମେ ତ ଆଲୋକ

ତୁମ ଆଶୀର୍ବାଦ ସଦା ହୋଇଥାଏ ସର୍ବୋତ୍ତମ

ଚୀର ମଳୟ ପରି ଆସି ବୁଣିଦିଅ ତୁମେ

ପବିତ୍ର ହୃଦୟରେ ଅସରନ୍ତି ମହକ

ସଜଫୁଟା ଫୁଲ ପରି ଭରିଯାଏ ଜୀବନରେ

ସତେ ତୁମ ପାଖରେ ଅଛି କେତେ ଯେ କୁହୁକ

ଗୁରୁ ବିହିନେ ଜୀବନ ଅନ୍ଧାର

ଅମା ଅନ୍ଧାର ଭିତରେ ତୁମେ ହିଁ ସ୍ପଟିକ ତୋରଣ

ଗୁରୁ ଆଶୀର୍ବାଦ ଥିଲେ ହୁଅନ୍ତି ଗୋବିନ୍ଦ ସହାୟ

ଏକୁଟିଆ ରାସ୍ତାରେ ପାଦ ଥାପିଲେ ଵି

ତୁମ ଦର୍ଶନେ ମିଳିଥାଏ ଆନନ୍ଦ

ତେଣୁ ତୁମେ ଯୁଗେ ଯୁଗେ ସବୁଠାରେ ପୂଜିତ।


Rate this content
Log in

Similar oriya poem from Abstract