ସକାଳର ଦୃଶ୍ୟ
ସକାଳର ଦୃଶ୍ୟ
ଆହା କି ସୁନ୍ଦର କେତେ ମନୋହର
ସକାଳର ରୂପ ଲାବଣ୍ୟ,
ସକାଳର ଦୃଶ୍ୟ କୁ ଯେତେ ବଖାଣିଲେ
ସରେ ନାହିଁ କିଛି ଭାବ,
ଯେଉଁଠି ଦେଖିବ ସୁବର୍ଣ୍ଣ ର ଛାୟା
ସୁରୂଜଙ୍କ ଆଭାର ପରସ,
ସେ ହେଉ ଅବା ଘର, ବୃକ୍ଷ, ନଦୀ
ସରୋବର ତୀର, ଚାରୁ ଚିତ୍ରପଟ
ଆଙ୍କି ଦେଇ ଯାଏ ମୁକ୍ତା ପରି
କାକରର ଟୋପା ସୁରୂଜ କିରଣେ,
ସ୍ଫଟିକ ପରାଏ ମନକୁ ମୋହି ସେ
ଦୂରଦିଗବଳୟରେ ଭସା ଭସା
ବାଦଲର ଆସ୍ତର ମଧ୍ୟରେ
ନିଜକୁ ହଜାଇ ଦିଏ, ହଂସରାଳୀ
ମାଳ ମାଳ ହୋଇ ସକାଳୁ କରନ୍ତି ଗମନ,
ସତେ କି ଲାଗେ ମୋତେ
ସକାଳୁ ସକାଳୁ ଆକାଶ ବୁକୁରେ
ଚାଲୁଅଛି ଯେମିତି ଯାନ।
