Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satpathy

Romance Fantasy

4.5  

Kalpana Satpathy

Romance Fantasy

ହାତ ଧରି ସାଥି

ହାତ ଧରି ସାଥି

1 min
10


ହୋମ ଅଗ୍ନି ଦଶ ଦିଗପାଳଙ୍କୁ ସାକ୍ଷୀ ରଖି

ହାତଧରି ସାଥୀ ଚାଲୁଥିଲି ବାଟ

ନିତି ନିତି ଜୀବନର ଚଲାପଥରେ,

ଗଢିଥିଲେ ନୀଡ ସମ୍ପର୍କ ସୂତାରେ,

ବିଶ୍ଵାସ ଭରସା କାହିଁ ଉଜୁଡି ଯେ ଗଲା

ଏକ ଅଦିନିଆ ଝଡରେ।

ଭଲ ପାଇବାର ପରିଣାମ ଆଜି

ନିତି ନିଲାମ ହୁଅଇ ଭର୍ତ୍ସନାର ତାଣ୍ଡବରେ

ଦେଇଥିବା ପ୍ରତିଶ୍ରୁତି ର ମାନେ କିଛି ନାହିଁ

ସମୟ ଖେଳୁଛି ଖେଳରେ,

ସହିଷ୍ଣୁତା ଯଦି ଜୀବନ ଭୂଷଣ

ସହିତ ଯାଉଛି ମୁହିଁ,

ହେଲେ ନିଶା ରାକ୍ଷସ ଟା ବୁଝେନି ଠିକଣା

ଚାଲୁଥାଏ ପ୍ରତିକ୍ଷଣେ ଠିକଣା ହଜାଇ,

ବଂଚିବାର ଆଶା ହୁଏ ଆଜି କ୍ଷୀଣ

ପଡିଲି କାହାର ନଜରେ।

ଦେଇଥିବା ପ୍ରତିଶ୍ରୁତି ଆଜି ପଡିଗଲା ଫିକା

ସମୟ ଚକ୍ରର ଉହାଡେ,

ମାୟା ମୋହର ଏ ସଂସାର ଟା ଆଜି

ଲାଗେ ନାହିଁ ମୋତେ ଭଲରେ,

ଫେରିଆ ତୁ ସାଥି ମୋର ସେହି

ସୂନା ସାଥୀ ହୋଇ ହାତଧରି

ଚାଲୁଥିବା ଜୀବନର ବେଳାଭୂମିରେ।


Rate this content
Log in

Similar oriya poem from Romance