Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satpathy

Abstract Classics Fantasy

4.0  

Kalpana Satpathy

Abstract Classics Fantasy

ସାଥି ତୁ ଫେରିଆ

ସାଥି ତୁ ଫେରିଆ

1 min
11


ସ୍ମତିର ଫରୁଆ ରେ ରଖିଛି ସାଇତି

ଭଲ ପାଇବା କୁ ଗଣ୍ଠିଲି କରି

ସାଥୀ ତୁ ଫେରିଆ ମୋ ପ୍ରେମ ଦରିଆକୁ

ବସିଛି ମୁଁ ପ୍ରେମର ପ୍ରଦୀପ ଜାଳି।

ଅବୁଝା ମନଟା ବୁଝେ ନାହିଁ ଜମା

ତୁ ଯଦି ଯାଉ ବିଗିଡି,

ତୁ ବିଗିଡି ଗଲେ ମୋ ଜୀବନ ମରୁଟା

ଯାଉଛି ଖାଲି ଦୋହଲି।

ତୋର ମୋର ଭାବ କେହି ନ ଦେଖିଲେ

ଦେଖିଛି ସେ ଭାବଗ୍ରାହୀ,

ତା ଭାବରେ ଆଜି ଦୁନିଆଁ ଚାଲୁଛି

ତୁ ସ୍ବାର୍ଥପର ହେଲୁ କାହିଁ ପାଇଁ।

ସବୁ ଭୁଲ୍ ର କ୍ଷମା ପରା ଅଛି

ଏକଥା କି ତତେ ଜଣା ନାହିଁ

ମୋ ଜୀବନ ପଛେ ଚାଲିଗଲେ ଯାଉ

ବସିଛି ମୁଁ ତୋ ପଥ ଚାହିଁ।

ଭଙ୍ଗା ନାଁ ମୋର ଉବୁଟୁବୁ ଆଜି

ତୋର ସେହି ପାଗଳାମି ଦେଖି

ନିଜ ହାତେ ଗଢା ଏ ସୁନା ସଂସାର

ତୋ ବିନା କିପରି ପାରିବ ବଂଚି,

ଫେରିଆ ଫେରିଆ ତୁ ମୋର ସାଥୀ।


Rate this content
Log in

Similar oriya poem from Abstract