STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଚାରୋଟି କବିତା

ଚାରୋଟି କବିତା

1 min
159


        -ବନ୍ଧନ-

ବନ୍ଧନ ମୋହର କାମନା ବାସନା

   ବନ୍ଧନ ସଂସାରେ ମୋହ

ବନ୍ଧନ ମୋହର ଧର୍ମର ନାମରେ

   କୁକର୍ମେ ନୁହେଁ କି କହ

   ସତରେ ହିଁ ଚହଚହ

ମିଛଟାରେ ଖାଲି ରଙ୍ଗେଇ ହୋଇଛି

   ଫୁଲ ପରି ଟହଟହ।

        -କୁହୁଡି଼-

କୁହୁଡି଼ ଭିତରେ କେତେ ପହଁରିବି

   ତୁଚ୍ଛାଟାରେ ଗଲା ଦିନ

ସଭିଏଁ ତ ମୋତେ ଭାଲୁ ଧରେଇଲ

   ଯାଇକି କୁହୁଡି଼ ଧ୍ଯାନ

   ଆଉ ମୋର ନାହିଁ ମନ

ଭଲ ହେବ ବନ୍ଧୁ ବିଚ୍ଛେଦ ହୋଇଲେ

   ସ୍ବାର୍ଥକ ହେବ ଜୀବନ।

       - ବିରହ-

ଜାଣିଛ କି ବନ୍ଧୁ ବେଦନା ଭିତରେ

    କିଏ ହୋଇଥାଏ ବଡ଼

ସାମାନ୍ଯ ବିଚ୍ଛେଦ ଏ ଦେହ ମନକୁ

    ଭାଙ୍ଗି ଦେଇଥାଏ ହାଡ଼

    କ୍ଷଣକେ ଆଣିବ ଝଡ଼

ବିରହ ବେଦନା ଯନ୍ତ୍ରଣା ବହୁତ

    କହି କି ପାରିବ ଛାଡ଼?

       -ଅଭିନନ୍ଦନ-

ଫଟୋଟେ ପଠାଇ ଲଡୁଟେ ଖାଇବା

   କାହିଁକି କହୁଛ ତୁମେ

ଖେଳିବାକୁ ଗୁଡି଼ ନ ଡାକି ଫଟୋରେ

   ଭୁଲାଉ ଅଛକି ଭୂମେ

   ଆସ ଯିବା ଶିବ ଧାମେ

ପୂଜା ଆରାଧନା ଦୀପକୁ ଜାଳିକି

   ମକର ସ୍ବାଗତଂ କାମେ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract