Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Satpathy

Classics Inspirational

4.0  

Kalpana Satpathy

Classics Inspirational

ବୋହୂ

ବୋହୂ

1 min
13


ବୋହୂର ପରିଭାଷା ଅବର୍ଣ୍ଣନୀୟ

ସେ ହିଁ ନାରୀ ସୃଷ୍ଟି ସଂହାରିଣୀ

ସେ ହିଁ ସଂସାର ପାଳିନୀ ମା ଟିଏ,

ବୋହୂ ବି ପ୍ରଥମେ ଦୁହିତାଟିଏ

ହୋଇ ଦୁଇ କୂଳ ର ହିତ ପାଇଁ

ବୈଦିକ ରୀତିରେ ସାଜିଥାଏ

ବୋହୂଟିଏ ସଂସାରକୁ ବୋହିବାର

ପ୍ରତିସୃତି ବଦ୍ଧତାରେ ଏକ

ନିବିଡ ସମ୍ପର୍କ ର ଡୋରିରେ।

ନାଲି ରଙ୍ଗର ଓଢଣୀ ତଳେ

ରହିଯାଏ ତା'ର ହୃଦୟର ଭାଷା

ବହନ କରିବାର ପ୍ରତିଶ୍ରୁତିରେ

ସବୁ ସ୍ବପ୍ନ ସବୁ ଆଶା କୁ

ମାୟାର କୋଠରୀ ମଧ୍ୟରେ ତାଲା ଦେଇ

ଗଢିତୋଳେ ଏକ ନିବିଡ ସମ୍ପର୍କ ର ମନ୍ଦିର

ପାନ ଗୁଆ ଛେଚା ଓ ବିରି ରଗଡାର ସୂତ୍ରରେ।

ବନ୍ଦିନୀ ଜୀବନର ସୀମାରେଖା ତଳେ

ଲକ୍ଷ୍ମଣ ରେଖା ର ଗାର ମଧ୍ୟରେ

ସମୟର ଲୁଚକାଳି ଖେଳ ର

ପ୍ରତି ପାହୁଣ୍ଡ ର ଶବ୍ଦର ଝଙ୍କାର ରେ

ଲିଭାଇଥାଏ ଜୀବନର ସଵୁ ସୁଖ ଓ ଦୁଃଖ କୁ

ଏକାକାର କରି ଦେଇ ଜୀବନ ରଣାଙ୍ଗନରେ।



Rate this content
Log in

Similar oriya poem from Classics