Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଉଦାସ ର ଚିତ୍ର

ଉଦାସ ର ଚିତ୍ର

1 min
214



ଯାହା ଆଶା ଥିଲା,ମିଳିଲା ନାହିଁ

ଯଦି ମିଳିଲା,ଯଥେଷ୍ଟ ନୁହେଁ

ଯାହା ମିଳିଲା ,ଖୁସି ନାହିଁ

ମନରେ ଉଦାସ ଉଦ୍ରେକ

ଉଦାସ ହେବା ଠିକ୍ ନୁହେଁ

ଅଧିକା ପାଇଁ ଅଧିକ ପରିଶ୍ରମ

ମିଳିବ ସୁନିଶ୍ଚିତ,କଥା ପରିଶ୍ରମର ।


ବୃତ୍ତି ,ଜୀବିକା ପାଇଁ ବି ଉଦାସ

ଯାହା ମିଳୁଛି,ଯଥେଷ୍ଟ ନୁହେଁ

ଅଧିକା ଆୟ,ଅଧିକ ପରିଶ୍ରମ

ଥଟା ,ଥଟାରେ ଉଡ଼ିଯିବ

ଲକ୍ଷ୍ୟ ବି ହାସଲ ହେବ

ଉଦାହରଣ ହୋଇ ରହିବ

ଉଦାସ ହେବା ଠିକ୍ ନୁହେଁ।


ଚଳନ୍ତି ଅବସ୍ଥା ପାଇଁ ଉଦାସ

ବଦଳିବା ନିୟମରେ ଅବସ୍ଥା ବି ବନ୍ଧା

ଦିନ ପରେ ରାତି

ଖରାପ ଅବସ୍ଥା ସବୁଦିନ ନୁହେଁ

ଭଲ ସମୟ ବି ଆସିବ

ଚାରିଆଡେ ଚର୍ଚ୍ଚା ହେବ,ଅବସ୍ଥାର ପରିବର୍ତ୍ତନରେ

ଉଦାସ ହେବା ଠିକ୍ ନୁହେଁ।


ସମ୍ପର୍କୀୟଙ୍କ ପରିହାସ ରେ ଉଦାସ

ସେମାନଙ୍କ କାମ ସେଇୟା

ଅନ୍ଧାର ଯୋଗୁଁ ପରିହାସ

ଆଲୋକ ଦେଖି ଆଖି ଝଲସି ଉଠିବ

ଚର୍ଚ୍ଚା ବି କରିବେ,ଅନ୍ଧାର ରୁ ଆଲୋକ ବିଷୟ

ଉଦାସ ହେବା ଠିକ୍ ନୁହେଁ।


ଉଦାସ କାହିଁକି?

ଦିନ ର ଆଲୁଅ ରେ ,ଅନ୍ଧାର ଅପସରି ଯିବ

ପରିଶ୍ରମ ବଳେ ଦୂର ହେବ ଖରାପ ଅବସ୍ଥା

ସମ୍ପର୍କ ରେ ଯିଏ ନାହାନ୍ତି

ଭଲ ଅବସ୍ଥା ରେ ହେବେ ଵ୍ୟାକୁଳିତ

ଉଦାସ ହେବା ଠିକ୍ ନୁହେଁ।


ଆଜିର ଖରାପ ଅବସ୍ଥା ରେ ପରିହାସ-କାରୀ 

କାଲିର ସଫଳତା ରେ ପ୍ରଶଂସା-ପ୍ରେମୀ 

ଚିନ୍ତା କାହିଁକି,ଉଦାସ ହେବା ଠିକ୍ ହେବନି ।


Rate this content
Log in

Similar oriya poem from Abstract