STORYMIRROR

Bidyadhar Mantry

Romance Classics

4  

Bidyadhar Mantry

Romance Classics

ଶ୍ୟାମ ପ୍ରେମେ ଆକର୍ଷଣ

ଶ୍ୟାମ ପ୍ରେମେ ଆକର୍ଷଣ

2 mins
28


ଦୁଇ ଭକ୍ତଙ୍କର କଥୋପକଥନ

ଚର୍ଚ୍ଚାର ବିଷୟ ରାଧା

ସାରାଂଶ ରେ ଶ୍ୟାମ ଚରିତ୍ର ଜଡ଼ିତ

ଅଛି ପ୍ରେମ ପ୍ରୀତି ଶ୍ରଦ୍ଧା

ଗୋପପୁର ଭକ୍ତ ମୁଖରେ ବର୍ଣ୍ଣନା

ସଂକ୍ଷିପ୍ତ ଟିପ୍ପଣୀ ସହ

ଶ୍ରୀକ୍ଷେତ୍ରର ଭକ୍ତ କରୁଛି ଶ୍ରବଣ

ରାଧା ପାଦେ ରଖି ଲୟ 

ଶ୍ରୀକ୍ଷେତ୍ର ଭକ୍ତର ଉତ୍କଣ୍ଠା ପ୍ରଶ୍ନରେ

କହେ ଗୋପପୁର ଭକ୍ତ

ଶ୍ୟାମସୁନ୍ଦର ଙ୍କ ଅସରନ୍ତି କଥା

ଗୋପରେ ହୁଏ କଥିତ

ତନ୍ମଧ୍ୟରୁ ରାଧା ପ୍ରେମ କଥା ଭିନ୍ନ

ସ୍ଵତନ୍ତ୍ର ଭାବେ ବର୍ଣ୍ଣନ

କୁଳ ବଧୂ ହୋଇ ଶ୍ୟାମ ପ୍ରେମେ ବାଇ 

ଥିଲା ମୁଖ୍ୟ ଆକର୍ଷଣ


ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା

ଧରା ପୃଷ୍ଠେ ଜନ୍ମ ବେଳେ

ମୁଦ୍ରିତ ନୟନେ ଖୋଜୁଥିଲେ କୃଷ୍ଣ

ଅବଶ୍ୟ ହେଲା ସେ ବେଳେ

ଶ୍ୟାମ ଦୂର୍ବାଦଳ ଶ୍ରୀକୃଷ୍ଣ ସଂସ୍ପର୍ଶେ 

ରାଧା ପାଇ ଦୃଷ୍ଟି ଶକ୍ତି

ପୂର୍ବ ନିର୍ଦ୍ଧାରିତ ରହସ୍ୟ ଘେରରେ

ଥିଲେ ଯୁଗଳ ମୂରତି 

ଗୋପ ପୁରେ ନନ୍ଦ ଘରେ ରହି କୃଷ୍ଣ

ଗୋପ ଲୀଳା ରଚି ଥିଲେ

ଧେନୁ ଚରାଇବା ବାହାନା ସହିତ

ବଂଶୀ ମୂର୍ଚ୍ଛନା ତୋଳିଲେ

ଗୋପାଙ୍ଗନା ସହିତ ରାଧା ମୋହିତ

ସେଇ ବଂଶୀ ସ୍ୱର ତାଳେ 

କୁଳ ବଧୂ ରୂପେ ପରିଚିତ ରାଧା

ଲାଜ ସରମ ଛାଡ଼ିଲେ


କୃଷ୍ଣଙ୍କର ଠାଣି ବାଣୀ ଚାହାଣି ରେ

ନିଜକୁ ହଜାଇ ରାଧା

ହୃଦୟରେ ଶ୍ୟାମ ନାମ ମଧୁରତା 

ପ୍ରେମରେ ରଖିଲେ ଶ୍ରଦ୍ଧା

ଯମୁନା ଘାଟରେ ପୁଣି କେଳି କୁଞ୍ଜେ 

ରାଧା କୃଷ୍ଣଙ୍କ ମିଳନ

ନିନ୍ଦା ଅପବାଦ ସବୁ ଭୁଲି ରାଧା

ଶ୍ୟାମ ପ୍ରେମେ ହେଲେ ଲୀନ 

କ୍ରମେ ବଦଳିଲା ଦୃଶ୍ୟ କାଳ ବଳେ

କୃଷ୍ଣ ଛାଡ଼ି ଗୋପପୁର

ମଥୁରା ବିଜୟ ପରେ ଦ୍ୱାରିକା ରେ

ଖେଳ ରଚିଲେ ଅପାର 

ଝୁରୁଛି ରାଧିକା ଝୁରେ ଗୋପାଙ୍ଗନା 

ସର୍ବେ କୃଷ୍ଣ ଚେତନାରେ 

ଶ୍ୟାମ ଦୂର୍ବାଦଳ ମୋହନ ନାଗର

ଫେରିଲେନି ଗୋପ ପୁରେ


କାନ୍ଦୁ ଅଛି ରାଧା ଗୁମୁରି ଗୁମୁରି 

କହୁଛି ଅନ୍ତର କଥା

ଶ୍ୟାମ ରୂପ ,ରଙ୍ଗ, ତ୍ରିଭଙ୍ଗୀ ଚାହାଣୀ 

ଦର୍ଶନ ନିମନ୍ତେ ଚିନ୍ତା

ପ୍ରେମର ଆଧାର ଶ୍ରୀରାଧା ପ୍ରେମିକା

ସାକ୍ଷୀ ଯମୁନାର ଜଳ

ସାକ୍ଷୀ କେଳି କୁଞ୍ଜ,ସାକ୍ଷୀ ସହଚରୀ

ସାକ୍ଷୀ ଗୋପୀ ଓ ଗୋପାଳ

ଆକାଶକୁ ଚାହିଁ ଭାବୁଛନ୍ତି ରାଧା

ଆକାଶର ରଙ୍ଗ ନୀଳ 

ନୀଳ ତମାଳ ଓ ଯମୁନାର ଜଳ

କୃଷ୍ଣ ସ୍ଵୟଂ ରଙ୍ଗ ନୀଳ 

ପୁରୁଷ ପ୍ରକୃତି ମିଳନର ଗାଥା

ଆତ୍ମା, ଆତ୍ମା ସହ ଲୀନ 

ଶ୍ରୀରାଧା ମାଧବ ଏକ ଦିବ୍ୟ ଆତ୍ମା

ଅବିଚ୍ଛେଦ୍ୟ ଚିରାମ୍ଳାନ


ରାମ ଶ୍ୟାମ ରାଧେ ଶ୍ୟାମ ଶ୍ୟାମା ଶ୍ୟାମ

ନିତି ଭଜୁଛି ଶ୍ରୀରାଧା

କଳି କାଳେ ଭବ ଭୟ ନିବାରଣେ

ଭଜ ଶ୍ରୀରାଧା ଶ୍ରୀରାଧା

ଶ୍ରୀକ୍ଷେତ୍ର ଭକ୍ତର ଆଖି ଖୋଲି ଗଲା 

ଶୁଣି ଶ୍ରୀରାଧା କାହାଣୀ

ଶ୍ୟାମ ପ୍ରେମେ ଅଛି କେତେ ଆକର୍ଷଣ

ମନେ ହେଉଅଛି ଗୁଣି 

ଗୋପ ପୁର ଆଉ ଶ୍ରୀକ୍ଷେତ୍ରରେ

ଶୁଭେ ରାଧା ରାଧା ଡାକ

ଶ୍ୟାମ ଏବେ ନୀରବରେ ଶ୍ରୀମନ୍ଦିରେ

ଶୁଣୁଛନ୍ତି ଭକ୍ତ ଡାକ....।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance