ପ୍ରେମ ବୀଥିକା
ପ୍ରେମ ବୀଥିକା
ପାଇଥିଲି ପ୍ରେମ ଜୀବନ ସନ୍ଧ୍ୟାରେ
ପାଉ ପାଉ ଗଲା ରହି
ପ୍ରେମର ପଥିକ ଦାରୁଣ ଯମକ
ଯମଦାଢେ ଯାଉଥାଇ
ଅସମ୍ପୂର୍ଣ୍ଣ ହେଲା ପ୍ରୀତି
ଜଳିଲା ଅନ୍ତର ମଦନ ବାଣରେ
ପାରିଲିନି ତାକୁ ବୁଝି ।
ଛାଡିଲା କି ବାଣ କଲା ନିଦାରୁଣ
ନିଷ୍ଠା ମୋ ରହିଲା ନାହିଁ
ଆହାକି ଯନ୍ତ୍ରଣା ପ୍ରେମ ଉଦ୍ଦୀପନା
ଉଦଘାତ ଖାଇଲେ ରହି
ଜୀବନ ଦୁସ୍ତର ଏଠି
ସ୍ୱାର୍ଥ ପାଇଁ ପ୍ରେମ ଦୂରସ୍ଥ ହେଲାଣି
ଅସହାୟେ ଦେଖୁଥାଇ।
ଜୀବନର ଖୁସି ହରାଇଲୁ ବସି
ମତ୍ତକାଶି ହେଲୁ ରହି
ଜଳି ଜଳି ଯାହା ଯୌବନ ଜଳିଲା
ଉତ୍ତାଳେ ଉତ୍ତାପ ବୋହି।
କି ଲାଭ ପାଇଲୁ କହ
ନିଜ ଇଚ୍ଛା ମତେ ନିଜେ ତ ଭୋଗୁଛୁ
ପାରିବୁ କି କିଛି କହି ।
ଦୃଷ୍ଟି ଥିଲା ବୋଲି ଦେଖିଲି ଅନାଇ
ଇସାରାରେ ଦେଲି କହି
ରତି ନୁହେଁ ପ୍ରୀତି ପ୍ରୀତିର କୀରତି
ପ୍ରୀତିରେ ବାସନା ନାହିଁ।
ଆଉ କିବା କହି ଲାଭ
ବୁଝିଲି ମୁଁ ଯାହା ହେବ ନାହିଁ ଆଉ
ପ୍ରେମର ସନ୍ଦେଶ ଦେଇ।