STORYMIRROR

Prasanta kumar Hota

Romance

4  

Prasanta kumar Hota

Romance

ପ୍ରେମ ବୀଥିକା

ପ୍ରେମ ବୀଥିକା

1 min
219

ପାଇଥିଲି ପ୍ରେମ ଜୀବନ ସନ୍ଧ୍ୟାରେ 

ପାଉ ପାଉ ଗଲା ରହି

ପ୍ରେମର ପଥିକ ଦାରୁଣ ଯମକ

ଯମଦାଢେ ଯାଉଥାଇ

ଅସମ୍ପୂର୍ଣ୍ଣ ହେଲା ପ୍ରୀତି 

ଜଳିଲା ଅନ୍ତର ମଦନ ବାଣରେ

ପାରିଲିନି ତାକୁ ବୁଝି ।


ଛାଡିଲା କି ବାଣ କଲା ନିଦାରୁଣ 

ନିଷ୍ଠା ମୋ ରହିଲା ନାହିଁ 

ଆହାକି ଯନ୍ତ୍ରଣା ପ୍ରେମ ଉଦ୍ଦୀପନା 

ଉଦଘାତ ଖାଇଲେ ରହି

ଜୀବନ ଦୁସ୍ତର ଏଠି

ସ୍ୱାର୍ଥ ପାଇଁ ପ୍ରେମ ଦୂରସ୍ଥ ହେଲାଣି

ଅସହାୟେ ଦେଖୁଥାଇ।


ଜୀବନର ଖୁସି ହରାଇଲୁ ବସି 

ମତ୍ତକାଶି ହେଲୁ ରହି 

ଜଳି ଜଳି ଯାହା ଯୌବନ ଜଳିଲା

ଉତ୍ତାଳେ ଉତ୍ତାପ ବୋହି।

କି ଲାଭ ପାଇଲୁ କହ

ନିଜ ଇଚ୍ଛା ମତେ ନିଜେ ତ ଭୋଗୁଛୁ

ପାରିବୁ କି କିଛି କହି ।


ଦୃଷ୍ଟି ଥିଲା ବୋଲି ଦେଖିଲି ଅନାଇ 

ଇସାରାରେ ଦେଲି କହି 

ରତି ନୁହେଁ ପ୍ରୀତି ପ୍ରୀତିର କୀରତି 

ପ୍ରୀତିରେ ବାସନା ନାହିଁ।

ଆଉ କିବା କହି ଲାଭ

ବୁଝିଲି ମୁଁ ଯାହା ହେବ ନାହିଁ ଆଉ 

ପ୍ରେମର ସନ୍ଦେଶ ଦେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance