STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ବାରମାସୀ ଚଢ଼େଇ ତୁ

ବାରମାସୀ ଚଢ଼େଇ ତୁ

1 min
375


      ବାରମାସୀ ଚଢେଇ ତୁ

     ରଙ୍ଗ ବଦଳେଇ,

    ମୂହୁର୍ତ୍ତକ ପାଇଁ ଭାବ 

   ଦେଉ ତୁ ଲଗାଇ,।


  ବାରମ୍ବାର ଏମିତି ତୁ

 ବାର ଜାଗା ଉଡ଼ୁ,

ରୂପରଙ୍ଗ ଦେଖେଇ ତୁ

 ସମ୍ପର୍କଟି କରୁ।


  ନିରୀହ ସରଳ ମନ

    ଚୂନା ଚୂନା କରି,

     ଫୁର୍ କରି ଉଡିଯାଉ

       ଅନ୍ଯ ସାଥୀ ଧରି।


         ତୋ ମିଛ କଥାକୁ ମୁହିଁ

           ସତ ଭାବୁଥିଲି,

          ନିଜଠାରୁ ବେଶୀଭଲ

         ତୋତେ ପାଉଥିଲି।


       ଏତେ ଟେକା ଟେକି କରି

      ମୋତେ କହୁଥିଲୁ,

     ଜୁଈରେ ନ ପୋଡ଼ି ଆଜି

     ଅନ୍ତରେ ପୋଡିଲୁ।


    କଣ୍ଢେଇ ଧରେଇ ଦେଇ

   ଭଣ୍ଡେଇ ତୁ ଦେଲୁ,

  ବିରହୀ ଯନ୍ତ୍ରଣା ବୋଝ

  ମୋ ମୁଣ୍ଡେ ଥୋଇଲୁ ।


 ପ୍ରତାରଣା ମାନେ କ'ଣ

 ମୋତେ ବୁଝାଇଲୁ,

ଜୀବନରେ ମହାଶିକ୍ଷା

ମୋତେ ଦେଇଗଲୁ।


 ଅନେକ ମନରେ ସାଜୁ

  ବିରହୀ ନାୟୀକା,

    ଆଜି ପୁଣି ଛାଡିଗଲୁ

      କରି ମୋତେ ଏକା ।


       ଅଢେଇ ଦିନିଆ ପ୍ରେମ

    ‌‌ ସ୍ବାର୍ଥ ତୋର ଲୋଡ଼ା,

        ଟିକେ ଦୁଃଖ ନ ସହି ତୁ

       ଦେଉ ଖଣ୍ଡି ଉଡା।


      ଲକ୍ଷ୍ୟ ହାସଲ ସରିଲେ

    ଦୂରେ ଚାଲିଯାଉ,

   ଯେତେ ଖୋଜିଲେ ବି ତୋତେ

  ଦେଖା ତୁ ନ ଦେଉ।


ତୋ ଗୁଣ ବର୍ଣ୍ଣନା କରି

ପାରିବିନି ଲେଖି,

  ମାୟା ଜାଲ ପରି ତୋର

   ହୃଦୟ କପଟୀ।


     ମୋତେ ଯେଣୁ ଶିଖାଇଲୁ

       ଭଲ ପାଇବାଟା,

         ତେଣୁ ମୁଁ ପାଉଛି ଭଲ

           ଦେଇଥିଲି କଥା।


         ବିଶ୍ଵାସରେ ବିଷଦେବା

        ମୋ ଜାତକେ ନାହିଁ,

      ତୁଉ କିନ୍ତୁ ମନ ମୋର

     ଭାଙ୍ଗି ଦେଲୁ କାହିଁ ।


   ‌ଆଉ କିଛି ଜାଣିବାକୁ

  ବାକି ମୋର ନାହିଁ,

ବାରମାସୀ ଚଢେଇ ତୁ

ଜାଣିଗଲି‌ ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance