ଦୁର୍ଗତ ମାନବର ବନ୍ଧୁ - ୨
ଦୁର୍ଗତ ମାନବର ବନ୍ଧୁ - ୨
ଜାତି ପ୍ରୀତି ତୁମ ଆହାକି ମହାନ
ସହିତ ଦରିଦ୍ର ସେବା
ପଞ୍ଚସଖା ମେଳେ ରତ ଥିଲ ତୁମେ
ନମାନି ରଜନୀ ଦିବା ।
ଦୁଃଖୀ ଓ ଦୁର୍ଗତ ମାନବର ବନ୍ଧୁ
ସାଜି ସହାୟତା ପାଇଁ
ଚୂଡା ଓ ଚାଉଳ ଗୁଡ ଓ କଦୀଳ
ଘେନି ସଙ୍ଗେ ସଙ୍ଗେ ଧାଇଁ ।
ଯାଇ ଜନତାଙ୍କୁ ସ୍ନେହ ଆସ୍ବାସନା
ସହିତ ସାନ୍ତ୍ବନା ଦେଇ
ମାନବ ସେବାହିଁ ମାଧବ ସେବାର
ବାର୍ତ୍ତା ତୁମେ ଅଛ ଥୋଇ ।
ଦୁଖୀ ଓ ଦୁର୍ଗତ ମାନବ ପରାଣେ
ବନ୍ଧୁ ଭାବେ ତୁମ ପରି
ଆଉ ଅବା କିଏ ନିଃସ୍ବାର୍ଥ ଭାବରେ
ପାରି ଅଛି ସେବା କରି ।
ଦୁଃଖୀ ଦୁର୍ଗତଙ୍କ ସେବାରେ ଯାଇଛ
ଗୃହରେ ରୋଗୀଣା ପୁତ୍ର
ରୋଗ ଶଯ୍ୟାରେ ଯେ ତୁମେ ଯିବା ପରେ
ଅଳ୍ପ ଦିନ ପରେ ମୃତ ।
ତୁମେ ପୁଣି ଦିଅ ମରମ ପରଶୀ
ସୁଶୀତଳ ଆଶ୍ବାସନା
ହରି ନେଇ ପାର ହୃଦୟୁ ଗଭୀର
ବ୍ଯଥାତୁରର ବେଦନା ।
ଉତ୍କଳ ବାସୀଙ୍କ ଦୁର୍ଦ୍ଧଶା ବିଲୋକି
ନେତ୍ରୁତବ ଚିର ଲୁହ
ଝରୁଥିଲା ସଦା ଜାତୀୟ ଉନ୍ନତି
ଲକ୍ଷ୍ଯେ ରତ ଅହରହ ।
ରହି ଥିଲ ତୁମେ ଆହେ ଯୋଗଜନ୍ମା
ଆହେ ଉତ୍କଳର ମଣି
ଓଡିଆ ଜାତିର ତୁମେହିଁ ଥିଲ
ପ୍ରକୃତ ମଉଡ ମଣି ।

