ପ୍ରେମର ଆକର୍ଷଣ
ପ୍ରେମର ଆକର୍ଷଣ
ଜାଣନ୍ତି ସମସ୍ତେ ପ୍ରେମର ପଥରେ ଝଡ
ତ ଦିନେ ଆସିପାରେ
ରୋକି ପାରେନି ତ କେହି ପଡ଼ିଲେ ସେ
ପ୍ରୀତିର ଛିଟା ହୃଦୟରେ ।
ପ୍ରେମ ତ ଏମିତି ବନ୍ଧନ ପରା ଏମିତି
ଆକର୍ଷଣ ସଦା ଯିଏ
ସରଳ କୋମଳ ସରୋଜ ସୁଢଳ ମନ
ଦର୍ପଣକୁ ଚୋରାଇ ନିଏ ।
ହୃଦୟ ଆତ୍ମାରେ ଢାଳେ ମନ୍ଦ ମନ୍ଦ ହୋଇ
ତାର ମଧୁ ମକରନ୍ଦ
ସ୍ନେହର ପୀୟୁଷ ଝରଇ, ହୃଦୟର ଅଳିନ୍ଦେ
ଭିତରେ ଫୁଟଇ ଆନନ୍ଦ ।
କିଏ କହେ ହୃଦୟ ନୀଳୟେ ସେ ବ୍ୟକ୍ତିର
ରୂପ କିମିଆଁ କରିଛି,
କୋମଳ ନିର୍ମଳ ମନ ଦର୍ପଣରେ ସେ ତ
ପ୍ରେମରେ ପଡ଼ିଯାଇଛି ।
କିଏ କହେ, ହୃଦୟକୁ ତାର ସୁନ୍ଦର କମଳ
ଚାହାଁଣୀ ହାଣି ଦେଉଛି,
ତା ଫୁଲଶର ମାରି ଘାଇଲା କରେଇ ତାର
ସଂସ୍କାରକୁ ଭୁଲେଇଛି ।
ଭାବଇ ମନ ଭିତରେ ଶ୍ରାବଣ ବର୍ଷାରେ ତା
ସହ ସେ ତ ଭିଜିବ
ଫଗୁଣ ଆସିଲେ ସେ ରଙ୍ଗଡ଼ାଲା ଧରି ତା ସାଥି
ରେ ହୋଲି ଖେଳିବ ।
ପ୍ରେମ ତ ଶାଶ୍ଵତ ଯୋଜନ ଯୋଜନ ଦୂରରେ
ଥାଇ ବି ଛାତିକୁ ଦିଏ ଥରେଇ
ମଣିଷ ଭଲ ପାଇବାର ନିବଡ଼ତାରେ ହୋଇ ତ
ଯାଏ ଗୁଡ଼େଇ ତୁଡ଼େଇ ।
ଯେତେ ପଡ଼ିଛନ୍ତି ସେଇ ପ୍ରେମର ଭଉଁରୀରେ
ବୁଡ଼ିଯାଆନ୍ତି ସେତେ
କେହି କଳନା ଅବା କଳ୍ପନା କରିପାରିନାହିଁ
ଗଭୀରତା ତାର କେତେ ।
କାହିଁକି ଓଠରେ ଥିବା କୃଷ୍ଣଚୂଡ଼ା ହସ ଟାଣି
ନିଏ ମଣିଷର ତନୁ ମନ
ତାହାର ଉତ୍ତର ମିଳିବା ମଣିଷ ପାଇଁ ତ ରହି
ଥାଏ ସଦା ରହସ୍ୟପୂର୍ଣ୍ଣ ।