STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ଝିପି ଝିପି ବରଷା

ଝିପି ଝିପି ବରଷା

1 min
285


ଆଜି ଭିଜେଇ ଦେଲା ଝିପି ଝିପି ବରଷା

ମୋତେ ହଜେଇ ଦେଲା ଝିପି ଝିପି ବରଷା

ଗଲା ଦିନ ଭୂଲା କଥା କହି କହିକା

ବହକେଇ ଦେଲା ଝିପି ଝିପି ବରଷା।।


ଟିପି ଟିପି ବରଷା ର ଛିଟା ଛିଟିକି

ତୁମ ଗାଲ ପାଖେ ଯେବେ ଯାଏ ଅଟକି

ପାପୁଲିରେ ପୋଛି ପୁଣି ଭିଜିବା ଛବି

ଛପେଇ ଦେଲା ଝିପି ଝିପି ବରଷା।।


ଓଦା ଓଦା ଅଙ୍ଗ ନିଦା ନିଦା ବୟସ

ଭିଜା ପଣତ ର ଦେହଲଗା ଅଭ୍ୟାସ

ଯେତେ ଚିପୁଡ଼ିଲେ ତମେ ପୁଣି ସେତିକି

ଓଦା କରୁଥିଲା ଝିପି ଝିପି ବରଷା।।


ଧାରେ ପାଣି ନିଗିଡ଼ିଲା ଓଠକୁ ଛୁଇଁ

ଲୁଚିଗଲା ତୁମ ଅଙ୍ଗ ଭାଙ୍ଗ ରେ ଯାଇ

ପୁଣି ଢଳିଗଲା ଯେବେ ନାଭି ତଳକୁ

ନିଶା ନେସିଗଲା ଝିପି ଝିପି ବରଷା।।


ଉତୁରା ଖରା ମଥାନ ଡେଇଁ ଗଲାଣି

ଛଟକା ଟୋକା ବି ପୁରୁଖା ହେଲାଣି

ତଥାପି ଛାତି ଭିତରେ ଏ କେଉଁ ତାତି

ବଢ଼େଇ ଦେଉଛି ଝିପି ଝିପି ବରଷା।।


Rate this content
Log in

Similar oriya poem from Romance