STORYMIRROR

Bharatabandhu Biswal

Romance Inspirational Others

4  

Bharatabandhu Biswal

Romance Inspirational Others

ରକତେ ଲେଖିଛି ନାଆଁ

ରକତେ ଲେଖିଛି ନାଆଁ

1 min
254


ଲେଖିଲେ ଅଦୃଷ୍ଟ କପାଳରେ ଭାଗ୍ୟ

ମାତାପିତା ସଉଜନ୍ୟେ

ଗଢା ପିଣ୍ଡପ୍ରାଣ ହାଡ଼ ମା°ସ ଦେହ

ମୁଁ ମାଟି କଣ୍ଢେଇଟିଏ ।


ଛୁଇଁଲି ଯେଦିନ ପବିତ୍ର ଧରଣୀ

କୁଆଁ କୁଆଁ ରାବ ଶୁଣି

ବଢିଲି ଆଦର ସେନେହ ସୋହାଗେ

ଭାବେ ହୋଇ ଚିରଋଣୀ ।


ହସି ଖେଳି ବୁଲି ସୁଖେ ଗଲା ବିତି

ବାଲ୍ୟକାଳ ସାଙ୍ଗ ମେଳେ

ଆହରିଲି ଶିକ୍ଷା କଟିଲା କୈଶୋର

ବିଷୟାଦି ଅଭ୍ୟାସରେ ।


ଶୁଭିଲା ଯୈ।ବନେ ମନ କୁଞ୍ଜବନେ

ମୂରଲୀ ମଧୁର ସ୍ୱନ

କରିଲା ଉଚ୍ଚାଟ ସୁଗନ୍ଧ କଦମ୍ୱ

ଯମୁନାର ନୀଳ ସ୍ୱପ୍ନ ।


ରହିଛି ଅଲିଭା ହୃଦୟ ମନରେ

ଶୁଭ ତିଥିବାର ଲଗ୍ନ

ମୋ ଭାଗ୍ୟ ଆକାଶ ସୁଶୀତଳ ଜହ୍ନ

ଢାଳିଦେଲ ପ୍ରୀତିପ୍ରେମ ।


ପାଣିଗ୍ରହଣ ମୁଁ କରିଛି କରୁଛି

କରୁଥିବି ପ୍ରିୟତମା

ଲାଗଇ ଜୀବନ ଅସାର ଅଧୁରା

ରକତେ ଲେଖିଛି ନାଆଁ ।

  


Rate this content
Log in

Similar oriya poem from Romance