STORYMIRROR

Niranjan Mishra

Romance

4  

Niranjan Mishra

Romance

ଶେଷ ଶୃଙ୍ଗାର

ଶେଷ ଶୃଙ୍ଗାର

1 min
337


ଜଳନ୍ତା ଦୀପରେ ତଇଳ ଢାଳିଲେ

ଦୀପ ଜଳେ ଦାଉ ଦାଉ

ନିର୍ବାପିତ ଦୀପେ ଢାଳିଲେ ତଇଳ

ଦୀପକି ଜଳିବ ଆଉ ?୧।

ଚୋର ଚାଲିଗଲେ ସାବଧାନ ହେଲେ

ଚୋରି ଦ୍ରବ୍ଯ କି ଫେରଇ

ବୟସ ସରିଲେ ବନିତା ବିଳାସ

ଆଉ କି ପାରିବ ହୋଇ ?୨।

ପାଣି ଚାଲିଗଲେ ସେତୁବନ୍ଧ ବାନ୍ଧି

ଆଉ କି ଲାଭ ହୋଇବ

ଶେଷ ଶୃଙ୍ଗାରର ଆୟୁଷ ସରିଛି

ବୟସ ସରିଛି ଧ୍ରୁବ ।୩।

ବୟସ ବଢିଲେ ବୃଦ୍ଧ ବୟସଟି

କେବେ ଆସେ କେ କହିବ

ସବୁରି ଭିତରେ ବୃଦ୍ଧତ୍ୱ ଲୁଚିଛି

ସମୟ ହେଲେ ଆସିବ ।୪।

ଜଣାପଡେ ନାହିଁ କେବେ ସେ ବୃଦ୍ଧତ୍ୱ

ଆବୋରିଲା ଏ ଶରୀର

ଦେଖୁ ଦେଖୁ ଦିନେ ଜଣାଗଲା ସିନା

ହୋଇଛି ତାର ଶିକାର ।୫।

ଶୃଙ୍ଗାରାଭିଳାଷୀ ଶୃଙ୍ଗାର ସାରିଛି

ଶେଷ ଶୃଙ୍ଗାର ତାହାର

ଯାଇଛି ବିସ୍ମରି ମନରୁ ସେ କଥା

ସମୟ ସରିଛି ତାର ।୬।

ଅବସାଦଗ୍ରସ୍ତ ଶରୀର ମନରୁ

ଭୁଲିଛି ଶେଷ ଶୃଙ୍ଗାର

କାଳ ହରି ନେଲା ଆୟୁଷ ବୟସ

ନିର୍ଜୀବ ଜୀବନ ତାର ।୭।

ଲୁପ୍ତ ରହିଗଲା ଶେଷ ଶୃଙ୍ଗାର ତା

ସୁପ୍ତ ରହିଛି ସେ ଆଜି ।

ଗୁପତ କଥା ତା ପ୍ରକଟ କରୁଛି

ସର୍ବ ସମକ୍ଷରେ ଆଜି ।୮।

ଶେଷ ଶୃଙ୍ଗାରର ଶେଷ ଅନୁଭୂତି

କେବେ ଉଜ୍ଜୀବିତ ହୁଏ ।

ସ୍ମୃତିରେ ବିହରି ତାକୁ ମନେ ଝୁରି

ମନେ ମନେ ଘାରି ହୁଏ ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance